ସିଟି ବସ୍ ଧକ୍କାରେ ବୃଦ୍ଧ ଗୁରୁତର
ଗୋପାଳପୁର , (ଯୁଗାବ୍ଦ ନ୍ୟୁଜ୍) : ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ନିକଟରେ ଶୁକ୍ରବାର ସଂନ୍ଧ୍ୟା ପ୍ରାୟ ୭ ଟା ସମୟରେ ସିଟି ବସ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ଆହାତ ବୃଦ୍ଧଜଣଙ୍କ କରାପଲ୍ଲୀ ଗ୍ରାମର କୋକ ପ୍ରଧାନ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ବ୍ରହ୍ମପୁର ଠାରୁ ଗୋପାଳପୁର ଯାତାୟତ କରୁଥିବା ଓ ଡି ୦୭ ଡି ୮୪୦୨ ବସଟି ନାରାୟଣପୁର ନିକଟରେ ଦୂର୍ଘଟଣାଘଟିଥିବା ଗୋପାଳପୁର ଥାନା ସୂତ୍ରରୁ ଜଣାପଡିଛି । ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ସିଟି ବସ୍ ର କର୍ମଚାରୀ ମାନେ ଯାତ୍ରୀ ମାନଙ୍କୁ ଅନେକ ସମୟରେ ଦୁର୍ବବ୍ୟବହାର କରୁଥିବା ବେଳେ ଡ୍ରାଇଭର ମାନେ ଗାଡି ଗୁଡିକୁ ବେପରୁଆ ଚାଳନା କରୁଥିବା ନେଇ ବହୁବାର ଅଭିଯୋଗ ହୋଇଆସୁଛି । ଏଥି ପ୍ରତି ପ୍ରଶାସନ ପୋଲିସ କିମ୍ଭା ଆରଟିଆଇ କାର୍ଯ୍ୟାଳୟ ପକ୍ଷରୁ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।


