ସିଟି ବସ୍ ପଛକୁ ଅଟୋ ଧକ୍କା ଦେଲା ; ୩ ଆହାତ

ଛତ୍ରପୁର (ଦେବଦତ୍ତ ମହାରଣା) : ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ଛକ ନିକଟରେ ଏକ ଯାତ୍ରୀ ବୋଝେଇ ସିଟି ବସ୍ ସହ ଏକ ଯାତ୍ରୀବାହୀ ଅଟୋର ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ସମେତ ତିନି ଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହାତ ମାନେ ହେଲେ ଛତ୍ରପୁର ଷ୍ଟେସନ ରୋଡ ର ଅଟୋ ଚାଳକ ବି.କ୍ରିଷ୍ଣା ରାଓ (୩୩), ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଡି.କମଳା (୩୮) ଓ ବକ୍ସିପଲ୍ଲୀ ଗ୍ରାମର କେ. ଗାୟତ୍ରୀ (୨୨) । ପୋଲିସ୍ କହିବା ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନରେ ଛତ୍ରପୁର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀ ବୋଝେଇ ଅଟୋ (ଓଡି୦୭ଏଜେ ୨୬୯୮) ଚମାଖଣ୍ଡି ଗ୍ରାମ ନିକଟରେ ଥିବା ଏକ ସିଟିବସ୍ (ଓଡି୦୭ଡି ୩୩୧୭) କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଅଟୋ ଚାଳକଙ୍କ ସମେତ ତିନି ଜଣ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଆହାତ ମାନଙ୍କୁ ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା ମାନେ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ପୋଲିସ୍ ଉକ୍ତ ସିଟିବସ୍ ଓ ଅଟୋକୁ ଜବତ କରି ଚମାଖଣ୍ଡି ଥାନାରେ ଅଟକ ରଖିଥିବା ଚମାଖଣ୍ଡି ଥାନାର ଏଏସଆଇ ପି.କେ. ଶତପଥି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ