ସିଟ୍ ବେଲଟ୍ ନବାନ୍ଧିଥିବାରୁ ସ୍କୁଟି ଚାଳକଙ୍କ କଟିଲା ଚାଲାଣ
ଲକ୍ଷେ୍ନø: ସେପ୍ଟେମ୍ବର ପହିଲାରୁ ଦେଶର କିଛି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସବୁ ସ୍ଥାନରେ ନୂଆ ମୋଟରଯାନ ନିୟମ ଲାଗୁ ହୋଇଥିଲା । ଏହି ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ ଉତ୍ତରପ୍ରଦେଶ ହମିରପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ସ୍କୁଟି ଚାଳକ ପ୍ରବୀଣ କୁମାରଙ୍କ ଗାଡ଼ିର କାଗଜପତ୍ର ହଜିଯାଇଥିଲା । କାଗଜପତ୍ର ନୂଆ କରିବା ପାଇଁ ସେ ଆରଟିଓ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ସେଠାରେ ପ୍ରବୀଣ ତାଙ୍କର ଚାଲାଣ କଟିଥିବା କଥା ଜାଣିବାକୁ ପାଇଥିଲେ । ଏହାପରେ ସେ ଅଧିକାରୀ ଜଣଙ୍କୁ ·ଲାଣ ରସିଦ୍ ମାଗିଥିଲେ । ଅଧିକାରୀଙ୍କଠାରୁ ଚାଲାଣ ରସିଦ୍ ପାଇବା ପରେ ସ୍କୁଟିଚାଳକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ରସିଦରେ ପ୍ରବୀଣ ସିଟ୍ ବେଲ୍ଟ୍ ନ ବାନ୍ଧିଥିବାରୁ ତାଙ୍କର ·ଲାଣ କଟାଯାଇଛି ବୋଲି ଉଲ୍ଲେଖ ଥିଲା । ଏନେଇ ସ୍କୁଟି ଚାଳକ ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।


