ସିଡିଏସ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଏସ୍କେସିଜି ଛାତ୍ରଛାତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଡିସେମ୍ବର ୮ ତାରିଖରେ ହେଲିକ୍ୟାପ୍ଟର ଦୁର୍ଘଟଣାରେ ଦେଶର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ୍) ତାଙ୍କ ପତ୍ନୀ ଓ ଅନ୍ୟାନ୍ୟ ଆର୍ମି ଅଫିସର ମୃତ୍ୟୁବରଣ କରିଥିବାକୁ ନେଇ ଦେଶବାସୀ ମର୍ମାହତ ହୋଇଛନ୍ତି । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଉଥିବା ବେଳେ ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଏନ୍ସିସି ୱିଙ୍ଗ ତରଫରୁ ସିଡିଏସ୍ ଓ ତାଙ୍କ ସହ ମୃତ୍ୟୁବରଣ କରିଥିବା ସମସ୍ତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ଥାନୀୟ କଲେଜ ଛକଠାରୁ ଏକ ର୍ୟାଲି ବାହାରି ସହର ପରିକ୍ରମା କରିବା ସହ ସିଡିଏସ୍ ବିପିନ୍ ରାୱାତଙ୍କ ଦେଶ ପ୍ରତି ଅବଦାନକୁ ସ୍ମରଣ କରିବା ସହ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଅନେକ ସଫଳତା ହାସଲ କରି ନିଜ ଦେଶର ରକ୍ଷା ଓ ସୁରକ୍ଷା ପ୍ରତି ଥିବା ଦେଶପ୍ରିତୀ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଆଲୋଚନା ହୋଇଥିଲା ।