ସିଡିଏସ୍‌ଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ହ୍ୟାଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ (ଚିଫ ଅଫ ଡିଫେନ୍ସ ଷ୍ଟାଫ) ବିପିନ ରାୱାତ ଓ ଅନ୍ୟ ସୈନିକ ମାନଙ୍କ ମୃତ୍ୟ ଘଟିଥିଲା । ଏହାକୁ ନେଇ ପାରଳାଖେମୁଣ୍ଡି ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ମାନଙ୍କୁ ନେଇ ଏକ କ୍ୟାଣ୍ଡେଲ ରାଲି କରାଯାଇଥିଲା । ମୃତ ସିଡିଏସ୍ ବିପିନ ରାୱତ ଓ ଅନ୍ୟ ସୌନିକ ମାନଙ୍କ ଏହି ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବାରୁ ଗଭୀର ଶୋକବ୍ୟକ୍ତ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପଦେଷ୍ଠା ରାମାନନ୍ଦଦାସଜୀ ମହାରାଜ, ଆଶାଲତା ପାଣିଗ୍ରାହୀ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତଥିବା ବେଳେ ବହୁ ଛାତ୍ରଛାତ୍ରୀ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ