ସିଡିଏସ ଜେନେରାଲ ଓ ଅନ୍ୟ କର୍ମଚାରୀଙ୍କ ବିୟୋଗରେ ଖେମୁଣ୍ଡି ଓକିଲ ସଂଘର ଶୋକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଗତକାଲି କେରଳରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାଓ୍ବତ ଓ ଅନ୍ୟ ସେନା ଅଧିକାରୀଙ୍କ ବିୟୋଗରେ ଗୁରୁବାର ଦିନ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଓକିଲ ସଂଘ ସଭାଗୃୃୃୃହରେ ଅନୁଷ୍ଠିତ ଶୋକସଭାରେ ସଂଘ ସଭାପତି ପରେଶ ଚନ୍ଦ୍ର ରଥ ସଭାପତିତ୍ୱ କରିଥିଲେ । ଦେଶ ମାତୃକାର ସୁରକ୍ଷା ଦିଗରେ ରାଓ୍ବତଙ୍କ ବଳିଦାନ ତାଙ୍କୁ ଚୀର ସ୍ମରଣୀୟ କରି ରଖିବ ବୋଲି ସଭାରେ ବହୁ ବକ୍ତା ମତ ପ୍ରକାଶ କରିଥିଲେ । ସେହିଭଳି ରାଓ୍ବତଙ୍କ ସାଙ୍ଗରେ ଯାତ୍ରା କରୁଥିବା ଅନୁଗୋଳର ରାଣା ପ୍ରତାପ ଦାଶଙ୍କ ପରିବାର ବର୍ଗଙ୍କ ପ୍ରତି ସଂଘ ପକ୍ଷରୁ ସମବେଦନା ପ୍ରକାଶ କରାଯିବା ସହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଚିକିତ୍ସାଧୀନ ଥିବା ଗ୍ରୁପ କ୍ଯାପଟେନ ବରୁଣ ସିଂହଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରାଯାଇଥିଲା । ପ୍ରାରମ୍ଭରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ଆଇନଜୀବି ରସାନନ୍ଦ ରାଉତ , ହରପ୍ରସାଦ ରଥ , ରତ୍ନାକର ମେକାପ , ସନ୍ତୋଷ କୁମାର ସାହୁ , ହେମନ୍ତ କୁମାର ପାଣିଗ୍ରାହୀ , ନକୁଳ ପ୍ରଧାନ, ମନୋରଞ୍ଜନ ପଣ୍ଡା , ସିମାଞ୍ଚଳ ପ୍ରଧାନ , କିଶୋର ଗୈାଡ , ବିଜୟ କୁମାର ପ୍ରଧାନ , ଟୁକୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ସମ୍ପାଦକ ଗିରିଜା ନନ୍ଦନ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ