ସିଡିପିଓଙ୍କ ଉପସ୍ଥିତିରେ ଶିଶୁ ମାନଙ୍କ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) : ସମ୍ଭାବ୍ୟ କରୋନାର ତୃତୀୟ ଲହର ବିଶେଷ କରି ଶିଶୁ ଓ କିଶୋ ମାନଙ୍କୁ ଅଧିକ ଆକ୍ରାନ୍ତ କରିବା ନେଇ ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି । କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଭଳି ତୃତୀୟ ଲହର ର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନ୍ର୍ଦ୍ରେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ୧୮ ରୁ କମ୍ ବୟସର ଛୋଟ ଛୋଟ ପିଲାମାନଙ୍କ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ବୁଧୁବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଛତ୍ରପୁର ଏନଏସି ର ମେଦିରି ସାହି, ନାଗୁଲୁ ପେଟା ସାହି ଭଳି ସାହି ମାନଙ୍କରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି ଏନଏସିର ଅଙ୍ଗନବାଡି ଓ ଆଶା କର୍ମୀ ମାନେ । ପ୍ରଥମ ପର୍ଯ୍ୟାୟରେ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯିବା ପରେ ଏହାର ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।


