ସିଡିପିଓ କାର୍ଯ୍ୟାଳୟରେ ଗାଡି ଲଗାଇବା ନାଁରେ ଚଞ୍ଚକତା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବେସରକରି ଗାଡି ଭଡା ସୁତ୍ରରେ ଲଗାଇବା ଲାଗି ହୋଇଥିବା ଟେଣ୍ଡରରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି l ଜଣେ ପ୍ରଭାବଶାଳୀ ଜନପ୍ରତିନିଧିଙ୍କ ମାଲିକାନାରେ ଥିବା ଗାଡି ଲଗାଇବା ପାଇଁ ଚଞ୍ଚକତା କରାଯାଇଥିବା ଅନ୍ୟ ଗାଡି ମାଲିକ ଏବଂ ସ୍ଥାନୀୟ ଅଂଚଳର ଯୁବକମାନେ ଅଭିଯୋଗ କରିଛନ୍ତି l ଏହାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ଗାଡି ମାଲିକ ତପନ କୁମାର ପ୍ରଧାନ ବୁଧବାର ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଏବଂ ଗାଡି ମାଲିକ ଜଣେ ସରକାରୀ କର୍ମଚାରୀଙ୍କ ପତ୍ନୀ ହୋଇଥିବାରୁ ଟେଣ୍ଡର କାର୍ଯ୍ୟରେ ବ୍ୟବହୃତ ଗାଡିଟିକୁ ରଦ୍ଦ ଘୋଷଣା କରାଯାଉ ବୋଲି ଅଭିଯୋଗ କରିଛନ୍ତି lସୂଚନା ଥାଉକି ଉକ୍ତ କାର୍ଯ୍ୟାଳୟରେ ଭଡା ଆକାରରେ ବେସରକାରୀ ଗାଡି ଲଗାଇବା ପାଇଁ ଗତ ସେପ୍ଟେମ୍ବର ୧୦ରେ ଚିଠି ନମ୍ବର ୭୬୨ ପ୍ରକାରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଟେଣ୍ଡର ଅବଧି ପ୍ରକାରେ ସେହି ମାସର ୨୬ତାରିଖ ସନ୍ଧ୍ୟା ୫ଟାରେ ଟେଣ୍ଡର ଘୋଷଣା ପାଇଁ ମଧ୍ୟ ଜାରି କରାଯାଇଥିଲା l ହେଲେ ନିର୍ଦ୍ଧାରିତ ଦିନ ଟେଣ୍ଡର ଘୋଷଣା ନିମନ୍ତେ ଗାଡି ମାଲିକମାନେ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହିଥିଲେ l କିନ୍ତୁ ଏହି ତାରିଖକୁ ବାତିଲ କରାଯାଇଥିଲା l ଏହି ଟେଣ୍ଡରକୁ ଦ୍ୱିତୀୟବାର ଖୋଲାଯିବ ନେଇ ମୌଖିକ ଭାବେ ସେପ୍ଟେମ୍ବର ୩୦ରଖାଗଲା l ପୁନଃ ସେହିଦିନ ଜାଣିଶୁଣି ଟେଣ୍ଡରକୁ ସ୍ଥଗିତ ରଖାଯାଇଥିଲା ଓ ଏହାକୁ କେବେ କେବେ ଘୋଷଣା କରାଯିବ ତାହାର କୌଣସି ସମୟସିମା ଦିଆଯାଇନଥିଲା l କାହିଁକି ଏହାକୁ ବାରମ୍ବାର ତାରିଖ ଘୁଞ୍ଚା ଯାଉଛି ବୋଲି ଗାଡି ମାଲିକଙ୍କ ମନରେ ଅସନ୍ତୋଷ ହୋଇଥିଲା l କାର୍ଯ୍ୟାଳୟ ପକ୍ଷରୁ ତରବରିଆ ଭାବେ ଏକ ଚିଠିକୁ ଅକ୍ଟୋବର ୫ତାରିଖରେ ଟେଣ୍ଡର ଖୋଲିବା ନେଇ ଏକ ଚିଠି କରାଯାଇଥିଲା l ପରେ ଟେଣ୍ଡର ଘୋଷଣାର ଫଳାଫଳ ପ୍ରକାଶ ପାଇବା ପରେ ବାଦ୍ ପଡିଥିବା ଗାଡି ମାଲିକଙ୍କ ମନରେ ସନ୍ଦେହ ଘନୀଭୂତ ହୋଇଥିଲା l ଏନେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି l ଚଞ୍ଚକତା କରି ଟେଣ୍ଡର ଜାଲିଆତି କରିଥିବା ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଛନ୍ତି l ଏହି ଅଭିଯୋଗକୁ ସଠିକ ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେଇଛନ୍ତି l ପ୍ରକାଶ ଥାଉକି ଉକ୍ତ ଗାଡି ମାଲିକଙ୍କ ସ୍ୱାମୀ ଜଣେ ସରକାରୀ ଚାକିରିଆ ହୋଇଥିବାରୁ ସେହି ଗାଡିଟିକୁ ରଦ୍ଦ କରାଯିବା,ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l ଏହାର ସଠିକ ତଦନ୍ତ ନ ହେଲେ ଆଇନର ଆଶ୍ରୟ ନେବାକୁ ଗାଡି ମାଲିକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି l