ସିଦ୍ଧଗୁମ୍ଫାରେ ମକର ମେଳା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡ଼ିହି ବ୍ଲକର ପଢ଼ିଆରୀପଲ୍ଲୀ ପଂଚାୟତର ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓ ବିଶ୍ୱାସର ପ୍ରତୀକ ଗୋବର୍ନ୍ଧନ ପର୍ବତରେ ସିଦ୍ଧଗୁମ୍ଫାରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମକର ମେଳାରେ ମକର ସଂକ୍ରାନ୍ତି ଦିନ ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ଅଞ୍ଚଳଟି ଅଞ୍ଚଳଟି ଉତ୍ସବ ମୁଖରିତ ହୋଇପଡ଼ିଥିଲା । ମକର ସଂକ୍ରାନ୍ତିରେ ସେଠାରେ ରାମ ଲକ୍ଷ୍ମୀଣ, ସୀତା ଓ ହନୁମାନଙ୍କର ମୂର୍ତ୍ତି କରାଯାଇ ପୂଜାର୍ଚ୍ଚନା କରାଯିବା ସହ ଦୁଇ ଦିନ ଧରି ରାମୟଣ ଓ ପାରାୟଣ ପାଠ କରାଯାଇଥିଲା । ଜ୍ଞାନେନ୍ଦ୍ର ପାତ୍ର ଓ ପ୍ରମୋଦ କୁମାର ରାଉତ କର୍ତ୍ତାଭାବେ ପୂଜାକାର୍ଯ୍ୟରେ ସଂକଳ୍ପ କରିଥିବାବେଳେ ପଣ୍ଡିତ ବଳରାମ ଶତପଥି ପୂଜାର୍ଚ୍ଚନା କରିଥିଲେ । ସିଦ୍ଧଗୁମ୍ପାର ଗୁମ୍ଫା ଗୁଡ଼ିକ ଆକର୍ଷଣୀୟ ଓ ମନୋଲାଭା ହୋଇଥିବାବେଳେ ପାହାଡ ପର୍ବତଘେରା ମନୋରମା ପରିବେଶ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିଥାଏ । ଏହି ଉପଲକ୍ଷେ ପରିଚାଳନା କମିଟି ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଅନେକ ଦୋକାନ ବଜାର ବସିଥ୍ôଲା । କମିଟି ପକ୍ଷରୁ ଭକ୍ତ ମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଜନ ଗହଳିରେ ଗୋବର୍ଦ୍ଧନ ପର୍ବତଟି ଆଲୋକ ଓ ଲୋକାରଣ୍ୟ ହୋଇ ଉଠିଥିଲା । ବିଭିନ୍ନ ଦୋକାନ ବଜାରର ଦୁଇ ଦିନ ଧରି ବସି ରହିବାରୁ କିଣାବିକାର ପସରା ମେଲିଥିଲା । କାର୍ଯ୍ୟକ୍ରମଟି ବୃନ୍ଦାବନ ରାଉତ, ପୁର୍ଣ୍ଣଚନ୍ଦ୍ର ପାତ୍ର, ମାର୍କଣ୍ଡ ସାହୁ, ଗୋଲଖ ରାଉତ, ଅମୂଲ୍ୟ କୁମାର ରାଉତ, ଅଜିତ କୁମାର ରାଉତ, ସୁରେନ୍ଦ୍ର କୁମାର ରାଉତ, ରବିନ୍ଦ୍ର ରାଉତ, ମାଧବାନନ୍ଦ ନାୟକ, ହାଡିବନ୍ଧୁ ଦେହୁରୀ, ସୁରଥ କୁମାର ସାହୁ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।