ସିଦ୍ଧମଙ୍ଗଳା ବିଦ୍ୟାନିକେତନ କରାଙ୍ଗ ବିଦ୍ୟାଳୟର ୨୦୧୦ ବ୍ୟାଚ୍ ବନ୍ଧୁମିଳନ

ନିଆଳି, (ରାଜେଶ କୁମାର ଲେଙ୍କା):କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ସିଦ୍ଧମଙ୍ଗଳା ବିଦ୍ୟାନିକେତନ, କରାଙ୍ଗ ହାଇସ୍କୁଲ ୨୦୧୦ ମେଟ୍ରିକ୍ ବ୍ଯାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ କଣ୍ଟିଶାଳ ପିକିନିକ୍ ସ୍ପଟ୍ ଠାରେ ଅନୁଷ୍ଠିତ ହୋଇ ଯାଇଛି।ମେଟ୍ରିକ୍ ବ୍ୟାଚ ର ୫୦ ଜଣ ଛାତ୍ରଛାତ୍ରୀ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।ପ୍ରମୁଖ ବନ୍ଧୁ ମାନେ ଅନେକ ଦିନ ପରେ ପରଷ୍ପରକୁ ଏକାଠି ପାଇ ସୁଖଦୁଖର ଆଦାନ ପ୍ରଦାନ କରିଥିଲେ । ଜୀବନରେ ସାଙ୍ଗକୁ କେବେ ଭୁଲି ହୁଏ ନାହିଁ । ସାଙ୍ଗ ଗରିବ ହୋଇଥାଉ କିମ୍ବା ଦେଶର ସର୍ବୋଚ୍ଚ କ୍ଷମତାରେ ଥାଉ, ସାଙ୍ଗ ହିଁ ସାଙ୍ଗ । ଏମିତି ବି ସମୟ ଆସେ ଯାହା ସାଙ୍ଗ ସାଙ୍ଗ ମଧ୍ୟରେ ଦୂରତା ସୃଷ୍ଟି କରିଥାଏ । ସାଙ୍ଗ କଥା ମନେଥାଏ ହେଲେ କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ଯସ୍ତତା ହେଉ କିମ୍ବା କୌଣସି କାରଣ ବଶତଃ ହେଉ ସାକ୍ଷାତରେ ଦୂରତ୍ୱ ସୃଷ୍ଟି ହୋଇଥାଏ । ପୁଣି ଦିନ ଆସେ ଏକତ୍ର ମିଳନ ହେବାପାଇଁ ।ଛାତ୍ର ଛାତ୍ରୀ ମାନେ ପରସ୍ପର ମଧ୍ୟରେ ବିଗତ ଦିନର ଘଟଣାବଳୀକୁ ଉପସ୍ଥାପନ କରିଥିଲେ।ପୁରାତନ ଛାତ୍ରଛାତ୍ରୀ ମାନେ ମିଶି ଏକ ଅତୁଟ ବନ୍ଧନ ସୃଷ୍ଟି କରିବା ସହିତ କିଭଳି ଭାବରେ ସ୍କୁଲର ପରିବେଶ ସୁରକ୍ଷା ରହିବ ତାହାରି ଉପରେ ସମସ୍ତେ ସଚେତନ ରହିଥିଲେ।କାର୍ଯ୍ୟକ୍ରମରେ କେକ୍ କାଟିବା ସହିତ ୧୪ ବର୍ଷ ତଳର ପୁରୁଣା ସାଙ୍ଗ ମାନଙ୍କୁ ଦେଖି ବିଦ୍ୟାଳୟର ଅଭୁଲା ସ୍ମୃତିକୁ ମନେ ପକାଇ ଆନନ୍ଦ ଉଲ୍ଲାସରେ ପରସ୍ପରକୁ ଆଲିଙ୍ଗନ କରି ଉପହାର ପ୍ରଦାନ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜକୁ ସମାଜ ସେବାରେ ନିୟୋଜିତ କରିବା ସହିତ ବିଦ୍ୟାଳୟର କିଭଳି ଉନ୍ନତି ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ । ସିଦ୍ଧମଙ୍ଗଳା ବିଦ୍ୟାନିକେତନ୍, କରାଙ୍ଗ ସ୍କୁଲରେ ଅଧ୍ୟୟନ କରି ପୁରାତନ ପିଲାମାନଙ୍କ ମଧ୍ୟରୁ ବହୁତ ଛାତ୍ରଛାତ୍ରୀ ଉଚ୍ଚ ଆସନରେ ପହଞ୍ଚି ପାରିଥିବା ପିଲାମାନେ ବ୍ୟକ୍ତ କରିଛନ୍ତି । ଶିକ୍ଷକମାନଙ୍କ ଆର୍ଶୀବାଦ ସେମାନଙ୍କୁ ବଡ ମଣିଷ କରିପାରିଛି ବୋଲି ମନରେ ଆତ୍ମ ସନ୍ତୋଷ ଲାଭ କରିଛନ୍ତି ବୋଲି ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି।ଶେଷରେ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଛାତ୍ରଛାତ୍ରୀ ସଂକଳ୍ପ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ