ସିଦ୍ଧମରିଚାଣୀ ବିଦ୍ୟାପୀଠରେ ଥିବା ଅଧିକ ଶିକ୍ଷକଙ୍କୁ ବଦଳି ପାଇଁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ସିଦ୍ଧମରିଚାଣୀ ବିଦ୍ୟାପୀଠରେ ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ଥିବାରୁ ବିଭିନ୍ନ ସମୟରେ ସେଠାରେ ସମସ୍ୟା ଉପୁଜୁଛି । ତେଣୁ ସେହି ବିଦ୍ୟାପୀଠରେ ଥିବା ଅଧିକ ଶିକ୍ଷକଙ୍କୁ ସେଠାରୁ ବଦଳି କରାଯିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଶାସନ ସଚିବଙ୍କ ନିକଟରେ ଦାବି କରାଯାଇଛି । ବିଗତ ୧୫ବର୍ଷ ଧରି ସେହି ସ୍କୁଲରେ ଶିକ୍ଷକ ଥିବା ଧିରେନ ପରିଡା ସ୍ଥାନୀୟ ଲୋକ ହୋଇଥିବାରୁ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନରେ ଅବହେଳା କରିବା, ବହୁ ସମୟରେ ସ୍କୁଲରେ ଅନୁପସ୍ଥିତ ରହିବା ଓ ସ୍କୁଲ କତ୍ତୃପକ୍ଷ ତାଙ୍କୁ ତାଗିଦ କଲେବି ତାହାକୁ ନମାନିବା ଘଟଣା ସମ୍ପର୍କରେ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଛି । ସଂପୃକ୍ତ ଶିକ୍ଷକଙ୍କର ପୂର୍ବରୁ ୨ଥର ବଦଳି ହୋଇଥିଲେବି ସେ ସେହି ବଦଳି ଆଦେଶକୁ ବାତିଲ କରିଦେଇଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଅନାବଶ୍ୟକ ଶିକ୍ଷକଙ୍କୁ ସେହି ବିଦ୍ୟାପୀଠରୁ ଅନ୍ୟତ୍ର ବଦଳି କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅଭୟ କୁମାର ସାହୁ, କୈଳାସ ପ୍ରଧାନ, ସୁଧିର ଜେନା, ବିଲୋବିଶ୍ୱାସ ଦାସ, ରଶ୍ମିରଞ୍ଜନ ବାରିକ, ପ୍ରଫୁଲ୍ଲ ସାହୁ, ମନୋଜ ଦାସ, ଉଦୟନାଥ ବାରିକ, ରବିନ୍ଦ୍ର ବିଶ୍ୱାଳ, ନିମାଇଁ ଚରଣ ବେହେରା, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ସ୍କୁଲ ଓ ଗଣଶିକ୍ଷା ବିଭାଗ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନକରି ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ