ସିଦ୍ଧେଶ୍ବର ପଞ୍ଚାୟତ ଆଦର୍ଶ ଗୋ – ଶାଳା ରୁ ଚୋରି

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ପଞ୍ଚାୟତ କୋଟି ନଡ଼ା ଗ୍ରାମ ରାସ୍ତା ରେ ଥିବା ନବ ନିର୍ମିତ ଆଦର୍ଶ ଗୋ – ଶାଳା ରୁ ବିଭିନ୍ନ ସୋଲାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଶୁକ୍ରବାର ରାତିରେ କୌଣସି ଦୁର୍ବୃତ୍ତ ତାଲା ଭାଙ୍ଗି ଗୋ – ଶାଳା ପରିସରରେ ଲଗା ଯାଇଥିବା ସୋଲାର ଲାଇଟ, ପ୍ଯାନଲ ବୋର୍ଡ, ସୋଲାର କଣ୍ଟ୍ରୋଲର ଏବଂ ପାଣି ମୋଟର ଆଦି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଚୋରାଇ ନେଇଥିବା ଜଣାପଡିଛି। ସିଦ୍ଧେଶ୍ଵର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରଧାନ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାସିନୀ ଶବର ଶନିବାର ଚୋରି ଘଟଣା ନେଇ ଦିଗପହଣ୍ଡି ଥାନାରେ  ଏତଲା ଦେଇଛନ୍ତି। ପୋଲିସ ଏତଲା କୁ ଭିତ୍ତି କରି ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ