ସିଦ୍ଧେଶ୍ଵରରେ  ଶ୍ୟାମାକାଳୀ ପୂଜା ;କଳସ ଯାତ୍ରାରେ ସାମିଲ ହେଲେ ୫ ଶହରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ଗ୍ରାମରେ ରବିବାର ଠାରୁ ମାଁ ଶ୍ଯାମାକାଳୀଙ୍କ ମନ୍ଦିର ବେଢ଼ାରେ ନବଦିନ ବ୍ୟାପି ପୂଜା କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପ୍ରାୟ ୫ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ  ସିଦ୍ଧଖଣ୍ଡି ଗ୍ରାମ ରୂଷିକୁଲ୍ଯା କେନାଲ ରୁ  ଗଙ୍ଗାମାତାଙ୍କୁ ଆବାହନ କରି କଳସ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ବାଦ୍ୟ ବାଜଣା , କୀର୍ତ୍ତନ ଓ ମହିଳାଙ୍କ ହୁଳହୁଳି ଧ୍ୱନୀରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇ ଉଠିଥଲା । ଦୀର୍ଘ ୯ ଦିନ ଧରି ମାଁଙ୍କ ପୀଠରେ ବିଭିନ୍ନ ଗ୍ରାମରୁ ଆସିଥିବା ବେଦଜ୍ଞ , କର୍ମ କାଣ୍ଡବିତ , ପ୍ରତିଷ୍ଠା କାରକ , ଗୁଣି , ଜ୍ଞାନୀ ପଣ୍ଡିତ ମାନଙ୍କ ବୈଦିକ ଶାସ୍ତ୍ର ଅନୁଯାୟୀ ଅମୃତ ବେଳାରେ  ପ୍ରଥମ ଦିନରେ ମା’ ଙ୍କ ଜଳଯାତ୍ରା , ଦୀକ୍ଷା ଗ୍ରହଣ ଓ ଅଙ୍କୁରାରୋପଣ , ବନଯୋଗ କାର୍ଯ୍ୟକ୍ରମ ସମାପ୍ତ ହୋଇଯାଇଛି । ପ୍ରତିବର୍ଷ ଗ୍ରାମର ମାଳି ସାହି ସ୍ଥିତ ମନ୍ଦିରରେ ମା’ ପୂଜା ପାଇ ଆସୁଥିଲେ । ତେବେ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ମା’ଙ୍କ ନବଦିନ ବ୍ୟାପି ଯାତ୍ରା ହେଉଥିବାରୁ ସମଗ୍ର ଗ୍ରାମ  ଉତ୍ସବ ମୁଖର ହୋଇଉଠିଛି ।  ପଣ୍ଡିତ ଗୈାରୀଶଙ୍କର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଣ୍ଡିତ ଶରତ ଚନ୍ଦ୍ର ପାଢ଼ୀ , ବିଜୟ ଚନ୍ଦ୍ର ପାଢ଼ୀ , ଶଙ୍କର ପାଢ଼ୀ ଉପସ୍ଥିତ ରହି ମାଁ ଙ୍କ ପୂଜାର୍ଚ୍ଚନା କରୁଥିବା ଜଣାପଡିଛି ।  ଏହି ପରିପ୍ରେକ୍ଷୀରେ ପ୍ରତ୍ଯହ  ନାମଯଜ୍ଞ , ଅନ୍ନଯଜ୍ଞ , ଘୃତଯଜ୍ଞ ଓ ଗୋଯଜ୍ଞ ଅନୁଷ୍ଠିତ ହେବ ବୋଲି ଯଜ୍ଞ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏହି କଳସ ଯାତ୍ରା ରେ ପୂର୍ବତନ ସରପଞ୍ଚ ଗଦାଧର ଜେନା , ପୂଜା କମିଟି ସଭାପତି ଟୁକୁନା ପ୍ରଧାନ , ସଂପାଦକ ଭଗବାନ ବିଷୋୟୀ , ପୂର୍ବତନ ସରପଞ୍ଚ ଅନୀତା ସ୍ବାଇଁ , ସରୋଜ କୁମାର ଜେନା , ଦୁର୍ଯ୍ୟୋଧନ ଦୋରା , କୃଷ୍ଣ ବେହେରା ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ