ସିଦ୍ଧେଶ୍ଵର ଶମ୍ଭୁଙ୍କ ମୁଣ୍ଡରେ ଜଳ ଲାଗି କଲେ ଶତାଧିକ କୁନି କୁନି ପିଲା

ନିମାପଡା, (ସନ୍ତୋଷ ଦାଶ):ଆଜି ଶ୍ରାବଣ ମାସର ଶେଷ ସୋମବାର ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁଣ୍ଡେଶ୍ୱର ଗ୍ରାମ ରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ। ପୂଣ୍ୟତୋୟା ପ୍ରାଚୀ ନଦୀ ର ବାବା ସାଧୁ ଗୋସେଇଁଙ୍କ ପୀଠ ଘାଟ ରୁ ସ୍ଥାନୀୟ ଅଞ୍ଚଳର ଶତାଧିକ କୁନି କୁନି ପିଲା ପାଣିତୋଳି ନିକଟସ୍ଥ ମୁଦୁଗଲ ର ବାବା ସିଦ୍ଧେଶ୍ୱର ମନ୍ଦିରରେ ଶମ୍ଭୁ ଙ୍କୁ ଜଳ ଲାଗି କରିଛନ୍ତି ।ଆଜି ସକାଳୁ ସକାଳୁ ଆଖପାଖ ଗାଁ ରୁ ଛୋଟ ଛୋଟ ପିଲାମାନଙ୍କୁ ନିଜର ବାପା ମା କାଉଡିଆ ବେଶରେ ସଜାଇ ବାବା ସାଧୁ ଗୋସେଇଁ ପୀଠ ସ୍ଥିତ ପ୍ରାଚୀ ନଦୀ ଘାଟରେ ଛାଡିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପିଲା ମାନେ ପ୍ରାଚୀ ନଦୀରୁ ପାଣି ତୋଳି ପାରମ୍ପାରିକ ଘଣ୍ଟ,ମୃଦଙ୍ଗ, ସଂକୀର୍ତ୍ତନ ବାଦ୍ୟର ତାଳରେ ଏକ ବିରାଟ ଶୋଭାଯାତ୍ରାରେ ଚାଲି ଚାଲି ସିଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣକୁ ଯାଇଥିଲେ । ପିଲାମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଓ ଭାଇଚାରା ର ଭାବ ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ଦୀର୍ଘ ୧୦ବର୍ଷ ହେଲା ଏହିଭଳି ଆୟୋଜନ କରାଯାଉଛି ବୋଲି କହିଛନ୍ତି ପ୍ରକାଶ ପ୍ରଧାନ । କରୋନା କଟକଣା ପାଇଁ ଦୁଇବର୍ଷ କାଉଡି ଯାତ୍ରା ବନ୍ଦ ପରେ ଚଳିତ ବର୍ଷ ପୁନଃବାର କୁନି କୁନି ପିଲାମାନେ ଶମ୍ଭୁ ଙ୍କୁ ଜଳ ଲାଗି କରିଛନ୍ତି। ଏଥିପାଇଁ କୁଣ୍ଡେଶ୍ୱର ଓ ମୁଦୁଗଲ ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ