ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ

ଯାଜପୁର-: ଯାଜପୁର ପୌରାଂଚଳ ମହାବୀର ନଗରସ୍ଥିତ ପ୍ରଭୁ ସିଦ୍ଧ ମହାବୀରଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ଘଟ ସ୍ଥାପନ ସହ ରିତିନିତି ଅନୁଯାୟୀ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିସହ ମନ୍ଦୀରକୁ ଆଲୋକ ମାଳାରେ ସଜ୍ଜିତ କରାଯିବା ସହ ନାମ ସଂକିର୍ତନ, ହୋମ ଯଜ୍ଞ ଓ ହନୁମାନ ଚାଳିସା ପାଠର ଆୟୋଜନ କରାଯାଇଥିଲା । ସଂଧ୍ୟାରେ ପ୍ରବଚନ ଓ ଭଜନ ସଂଧ୍ୟା କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଭୁ ମହାବୀରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କର ବେଶ ଭିଡ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ