ସିଦ୍ଧ ମହାବୀର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଟଙ୍କା

ନିମାପଡ଼ା,(ସନ୍ତୋଷ ଦାଶ ): ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଜଙ୍ଗଲବୋରି ପଞ୍ଚାୟତ ମଧୁବନ ଗ୍ରାମରେ ଥିବା ସିଦ୍ଧ ମହାବୀର ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଲୁଟେରା ମାନେ ମନ୍ଦିର ଫାଟକ ଭାଙ୍ଗି ମନ୍ଦିର ରେ ପ୍ରବେଶ କରି ହନୁମାନ ଙ୍କ ୩ ଟା ରୂପା ମୁକୁଟ , ୩ ଟା ହାର , ଗୋଟିଏ ଗଦା , ଠାକୁରଙ୍କ ଛତ୍ରୀ , ଠାକୁରଙ୍କ ପାଦ ୨ ଟା ପାଦ, ରୂପାଆଖି ୨ଟା, ଘଣ୍ଟ, ଝାଞ୍ଜ ଶହ ମନ୍ଦିର ଭିତରେ ଥିବା ନଗଦ ୨୦ ହଜାର ଟଙ୍କା ଲୁଟ କରିନେଇଥିବା ନୟାହାଟ ଫାଣ୍ଡି ପୁଲିସ ନିକଟରେ ଅଭିଯୋଗ ହୋଇଛି । ଶାରଦୀୟ ପାର୍ବଣ ପୂଜା ଚାଲିଥିବାରୁ ଲୁଟେରା ମାନେ ବିଭିନ୍ନ ମନ୍ଦିର କୁ ଟାର୍ଗେଟ କରୁଛନ୍ତି।ଆଜି ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଆସିଏଭଳି ଚୋରି ହୋଇଥିବା ଦେଖି ସ୍ଥାନୀୟ ଲୋକ ଙ୍କୁ କହିବା ପରେ ପୁଲିସ କୁ ଖବର ଦିଆଯାଇଥିଲା। ନୟାହାଟ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି। ଗତ ସପ୍ତାହ ରେ ଲୁଟେରା ମାନେ ବରଗଡ଼ା ଗ୍ରାମ ର ସାଇ ମନ୍ଦିର ର ତାଲା ଭାଙ୍ଗି ଠାକୁର ଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର ଓ ଆସବାବପତ୍ର ଲୁଟ କରି ନେଇଥିବାଅଭିଯୋଗ ହୋଇଥିଲା। ଲୁଟେରା ମାନେ ସ୍ଥାନୀୟ ପୁଲିସ କୁ ଚ୍ୟାଲେଞକରି ଗୋଟାକ ପରେ ଗୋଟିଏ ଲୁଟ କରି ଚାଲିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନାହିଁ। ଫଳରେ ଜନ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଲୁଟେରା ମାନଙ୍କୁ ଠାବ କରି ଗିରଫ କରିବାକୁ ମଧୁବନ ଗ୍ରାମର ସନ୍ତୋଷ ସାହୁ ଓ ନରେନ୍ଦ୍ର ସାହୁ ପ୍ରମୁଖ ଗ୍ରାମବାସୀ ପୁଲିସ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ