ସିନାପାଲି ଥାନା ପରିସରରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ବୋଡେ଼ନ,(ଡୋଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ପରିସର ମଧ୍ୟରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ସଚେତନ କାର୍ଯ୍ୟକ୍ରମରେ ସିନାପାଲି ବ୍ଲକର ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ କରିଥିଲେ। ବୈଠକ ରେ ବୁଦ୍ଧିଜୀବି ସଚେତନ ମହିଳା, ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ। ସଭା ରେ ମୁଖ୍ୟଅତିଥି ଭାବରେ ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଯୋଗ ଦେଇ ପୋଲିସ ଏବଂ ଜନସାଧାରଣ ମିଳିତ ରୂପେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାର ଆଣିବା ସହ ନାଗରିକଙ୍କ ସୁରକ୍ଷା ପୋଲିସ ର ନୈତିକ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଆମ ପୋଲିସ କାର୍ଯ୍ୟକ୍ରମରେ ଭୟ ମୁକ୍ତ ପରିବେଶରେ ଅଭିଯୋଗକରୀଙ୍କୁ ବ୍ୟବହାର ସହ ତାଙ୍କ ପ୍ରତି ଉଚିତ୍ ସମ୍ମାନ ପ୍ରଦାନ ନେଇ ଆହ୍ବାନ କରିଥିଲେ। ବରିଷ୍ଠ ନାଗରିକ ମାନେ ସଚେତନ ରହି ନିଜ ସୁରକ୍ଷା ନିଜ ହାତରେ ରହିଅଛି ବୋଲି ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବୈଠକରେ ଏ ଏସ ଆଇ ସହଦେବ ଯୋଷୀ, ଅନିତା କୁମାରୀ ଜାନୀ, ଏସ ଆଇ ପ୍ରଭାକର ନାଏକ, କେଶବ ମାଝୀ, ସିନାପାଲି ସରପଞ୍ଚ, ବିକାଶ କୁମାର ନାଗ, ଅଭିରାମ ଘିବେଲା, ଥାନା କର୍ମଚାରୀ, ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ