ସିନିଅର ଏବଂ ଜୁନିଅର ଅଧିଛାତ୍ର ବୃତ୍ତି ପାଇଲେ ରିଙ୍କୁ ସାହୁ

କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ରିଙ୍କୁ କୁମାର ସାହୁ ଜଣେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ଶିଳ୍ପୀ ଏବଂ କରିଓଗ୍ରାଫର , କୁଚିଣ୍ଡା ରେ ତାଙ୍କର ଜନ୍ମ । କଳା, ସଂସ୍କୃତି ଓ କଳାକାର ମାନଙ୍କ ପାଇଁ ସେ ସର୍ବଦା ନିଜ କୁ ଉସ୍ବର୍ଗୀକୃତ କରିଛନ୍ତି । ଯିଏ କି ଦେଶ, ବିଦେଶ ରେ ନିଜର କଳା ସଂସ୍କୃତି କୁ ପ୍ରଚାର ପ୍ରସାର କରିଚାଲିଛନ୍ତି, କୁଚିଣ୍ଡା ରେ ମେରୁ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ସ୍ତରରେ ସମ୍ବଲପୁରୀ ନୃତ୍ୟ ମହୋତ୍ସବ୍ ଭଳି ବିଶ୍ୱ ସ୍ତରୀୟ ମହୋତ୍ସବ ଯାହାଙ୍କର ନେତୃତ୍ୱ ରେ ଚାଲି ଆସିଛି ଆଜି ସେ ଭାରତ ସରକାରଙ୍କର ସଂସ୍କୃତି ବିଭାଗ ତରଫ ରୁ ତାଙ୍କୁ ଜୁନିଅର୍ ଅଧିଛାତ୍ର ବୃତ୍ତି ଦିଆ ଯାଇଛି, ଯିଏ କି ପଶ୍ଚିମ ଓଡିଶା ର ପ୍ରଥମ କଳାକାର ଓଡିଶୀ ନୃତ୍ୟ ରେ ସିନିୟର ଛାତ୍ରବୃତ୍ତି ଏବଂ ଜୁନିଅର ଅଧିଛାତ୍ର ବୃତ୍ତି ପାଇ ଇତିହାସ ରଚିଛନ୍ତି | ରିଙ୍କୁ ସାହୁ ଏବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ପି ଏଚ୍ ଡି କରୁଛନ୍ତି | ଗତବର୍ଷ ଡିସେମ୍ବର ମାସରେ ନିଜର ଜନ୍ମ ମାଟି କୁଚିଣ୍ଡା ରେ ହଜାର ହଜାର କଳାକାର ମାନଙ୍କ ସମାବେଶ ରେ ମେରୁ ମହୋତ୍ସବ୍ ଆୟୋଜନ କରି ଯୁବ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ସେମାଙ୍କୁ ମଞ୍ଚ ରେ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲେ | ତାଙ୍କର ଏହି କଳା ଏବଂ କଳାକାର ମାନଙ୍କ ପାଇଁ କିଛି କରିବାର ପ୍ରୟାସ ତାଙ୍କୁ ଆହୁରି ଆଗକୁ ନେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ