ସିନ୍ଦୂର ବିନ୍ଦୁ
ସଧବା ସନ୍ତକ
ହିନ୍ଦୁ ରମଣୀର
ମଥାର ମଣି,
ଲଗାଇବା ସୁଖ
ଲିଭିଯିବା ଦୁଃଖ
ସିଏ ହିଁ ଜାଣଛି
ସାଇତି ରଖିଛି
ଯୁଗ ଯୁଗ ଧରି
ହୃଦୟେ ଭରି,
କହିଲେ କହିବ
କେତେବା କହିବ
ଭାବରେ ଭଙ୍ଗିରେ
ଲୁହରେ କୋହରେ
ମଥାକୁ ବାଡେଇ
ଛାତିକୁ ବାଡେଇ
କଣ୍ଠ ବାଷ୍ପରୁଦ୍ଧ
ଭାଷାରେ ନପାରେ
ଭାବ ବଖାଣି ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ