ସିନ୍ଧବା ଗାଁ ରେ ୨ ପରିବାର ମଧ୍ୟରେ ସଂଘର୍ଷ ଜଣେ ଗୁରୁତର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗାଁ ରେ ପୂର୍ବ ଶତୃତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଥିବା ଜଣାପଡିଛି।ଏଥିରେ କାହ୍ନା ନାଇକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନା ରେ ଚିକିତ୍ସାଧୀନ ଥିବା ଜଣାପଡିଛି।ଗତ ବୁଧବାର ବିଳମ୍ବିତ ରାତିରେ ଗ୍ରାମର ସୁଦର୍ଶନ ନାଇକ ଓ ତାଙ୍କର ସହଯୋଗୀ ମାନେ ମିଶି ଅଭି ନାଇକଙ୍କ ଘରେ ପଶିବା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଏଥିରେ ଅଭି ଓ ତାଙ୍କ ପୁଅମାନେ ଗୁରୁତର ଆହତ ହୋଇଥିବା ଅଭିଙ୍କ ସ୍ତ୍ରୀ ଅହଲ୍ଯା କେ. ନୂଆଗାଁ ଥାନାରେ ଏତଲା ଦେଇଛନ୍ତି।ସେହିଭଳି ଅଭି ନାଇକ ଓ ଅନ୍ୟ ସହଯୋଗୀ ମାନେ ମିଶି ସୁଶାନ୍ତ ନାଇକ ଓ ତାଙ୍କ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।କେ.ନୂଆଗାଁ ପୋଲିସ ପକ୍ଷରୁ  ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ଯାହତ ରହିଥିବା ଆଇଆଇସି ମୃତ୍ଯୁଞ୍ଜୟ ସ୍ବାଇଁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ