ସିନ୍ଧିଆ ପ୍ରାଥମିକ କୃଷି ସମବାୟ ସମିତି ଲିଃର ବାର୍ଷିକ ସାଧାରଣ ସଭା
ବାଲେଶ୍ୱର : ସଦର ବ୍ଲକ ଅନ୍ତର୍ଗତ ସିନ୍ଧିଆ ଓ ବଇଁଚା ଗ୍ରାମପଞ୍ଚାୟତକୁ ନେଇ ଗଠିତ ସିନ୍ଧିଆ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତିର ସ୍ଥାୟୀ ସଭାପତି ବିରେନ୍ଦ୍ର କର ସଭାପତିତ୍ୱ କରି ସମବାୟ ସମିତିର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ । ଏଥିରେ ସମିତିର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଦୁଇ ପଞ୍ଚାୟତକୁ ନେଇ ଗଠିତ ଏହି ସମବାୟ ସମିତିର ବିକାଶ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇ ତା’ର ସମୀକ୍ଷା କରାଯାଇଥିଲା । ଏଥିରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ସଭାରେ ସଦସ୍ୟ/ସଦସ୍ୟାଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । ଏହି ବାର୍ଷିକ ସାଧାରଣ ସଭାରେ ସମିତିର ନିର୍ଦ୍ଦେଶକ ବିଜୟ ମାଝୀ, ବିରେନ୍ଦ୍ର ସେନାପତି, ଶ୍ରୀନିବାସ ମହାଳିକ, ପୂର୍ଣ୍ଣଚନ୍ଦ୍ର ମାଝୀ, ନିଳମଣୀ ମାଝୀ, କାର୍ତ୍ତିକ ଚନ୍ଦ୍ର ଦାସଙ୍କ ସମେତ ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ ।