ସିପିଆଇଏମ ଜିଲ୍ଲା ପରିଷଦ ପାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟ ପଦବୀ ସକାଶେ ସିପିଆଇ ଓ ସିପିଆଇଏମ ଦଳ ପକ୍ଷରୁ ପାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସିପିଆଇ ଦଳ ପକ୍ଷରୁ ଛତ୍ରପୁର ବ୍ଲକର ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ୍‌. ଗିରିଜା ପ୍ରସାଦ ରେଡ୍ଡିଙ୍କ ଧର୍ମପତ୍ନୀ ଏନ୍‌. ପୁଷ୍ପା ରେଡ୍ଡି ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ନିମନ୍ତେ ମିନତି ପ୍ରଧାନ ନିଜ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି । ସେହିପରି ସିପିଆଇଏମ ଦଳ ପକ୍ଷରୁ ଗଞ୍ଜାମ ବ୍ଲକର ୧୪ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସକାଶେ ଗାୟତ୍ରୀ ଗୌଡ ଏବଂ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସକାଶେ ଗୋବର୍ଦ୍ଧନ ପାହାନ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଗତ ୧୯ ତାରିଖରେ ସିପିଆଇ ଦଳ ପକ୍ଷରୁ ୨୦ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଏନ୍‌. ସୁକାନ୍ତ ଆଚାରୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ