ସିପିଆଇର ଜିଲା ସ୍ତରୀୟ କର୍ମଶାଳା
ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭଦ୍ରକ ଜିଲା ସ୍ତରୀୟ କର୍ମଶାଳା ବାରିକପୁରସ୍ଥିତ ନିବନ୍ଧିନୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସିପିଆଇ ନେତା ସାଥୀ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଜିଲା କର୍ମ ଶାଳା ଅନୁଷ୍ଠିତ ହୋଇଥିଲା । ସିପିଆଇ ରାଜ୍ୟ ସଂପାଦକ ଅଭୟ ସାହୁ ସମ୍ମିଳନୀକୁ ଉଦ୍ଘାଟନ କରି ବର୍ତ୍ତମାନ ଦେଶର ରାଜନୈତିକ ଅବସ୍ଥା ମଣିପୁର ହିଂସା, ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ, ଦେଶର ଧର୍ମନିରପେକ୍ଷତା, ସଂହତି ପ୍ରତି ଯେଉଁ ବିପଦ ତାର ମୁକାବିଲା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଡଃ. ପ୍ରଶାନ୍ତ କୁମାର ମିଶ୍ର, ସାଥୀ ଜୟନ୍ତ ଦାସ ଯୋଗ ଦେଇ ପାର୍ଟିର ସାଙ୍ଗଠନିକ ଦୃଢତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ସଂପର୍କରେ ଐକ୍ୟବଦ୍ଧ ଆନ୍ଦୋଳନ ଚଳାଇବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସହସଂପାଦକ ବିମ୍ବାଧର ବାରିକ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଅନନ୍ତ ମହାନ୍ତି, ସନ୍ଥ ଚରଣ ବିଶ୍ୱାଳ, ହରିହର ବେହେରା, ମମତା ସୂତାର, ନିରଞ୍ଜନ ନାୟକ, ଭାସ୍କର ଚନ୍ଦ୍ର ବେହେରା, ସନାତନ ଦାସ, ଉଗ୍ରସେନ ମଢୁଆଳ, ଛାତ୍ରନେତା ମନୋରଞ୍ଜନ ରାଉତ, କାହ୍ନୁ ଚରଣ ବେହେରା, କୃଷକ ନେତା ଫକୀର ଚରଣ ବିଶ୍ୱାଳ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଜିଲା ସ୍ତରରେ ବ୍ୟାପକ ଗଣ ଆନ୍ଦୋଳନ କରିବା ପାଇଁ କର୍ମଶାଳାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।


