ସିପିଆଇର ପଧାନପଡା ଶାଖା ସମ୍ମିଳନୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ପଦାକଣା ଠାରେ ସିପିଆଇର ପଞ୍ଚାୟତ ସ୍ତରୀୟ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବରିଷ୍ଠ ସାଥୀ ଲକ୍ଷ୍ମଣ ବେହେରା ପତାକା ଉତ୍ତୋଳନ କରିଥିଲେ । ପରେ ପାର୍ଟିର ବିଗତ ଦିନରେ ମୃତ୍ୟୁବରଣ କରିଥିବା ସାଥୀଙ୍କ ସମେତ କୃଷକ ଆନ୍ଦୋଳନରେ ସହୀଦ୍ ହୋଇଥିବା ଜନଗଣଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସାଥୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ସିପିଆଇର ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ବାବାଜି ଚରଣ ଜେନା, ଆଇନଜୀବି ପରମେଶ୍ୱର ବାରିକ ଯୋଗ ଦେଇ ଦଳର ସାଂଗଠନିକ ଅଭିବୃଦ୍ଧି, ପଞ୍ଚାୟତ ନିର୍ବାଚନ ଓ ଜନଗଣଙ୍କ ସମସ୍ୟାରେ ପାର୍ଟିର ସାଥୀ ମାନେ ସକ୍ରିୟ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଂପାଦକ ଭାବେ ଅନିରୁଦ୍ଧ ଜେନା, ସହସଂପାଦକ ଦୁଲ୍ଲା ଖାଁ, ରବିନ୍ଦ୍ର କୁମାର ତରେଇଙ୍କୁ ସର୍ବସମ୍ମତକ୍ରମେ ନିର୍ବାଚିତ କରାଯାଇଥିଲା । ପାର୍ଟିକୁ କ୍ରିୟାଶୀଳ କରିବା ପାଇଁ ସୟଦ ଆଜାଦ୍‌, ରତିକାନ୍ତ ଜେନା, କମଳା ଜେନା, ଉପେନ୍ଦ୍ର କୁମାର ସେଠୀ, ମାଳତୀ ଜେନା, ଗୋପବନ୍ଧୁ ଜେନା, ଗିରିଧାରୀ ଜେନା, ଗୋପାଳ ଜେନାଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଉକ୍ତ ସମ୍ମିଳନୀକୁ ସଫଳ କରାଇବାରେ ସନାତନ ତରେଇ, ବିଦ୍ୟାଧର ପଲେଇ, ଉଦୟନାଥ ଦାସ, ବସନ୍ତ ଜେନା, ବିଷ୍ଣୁ ଆରୁକ୍‌, ରବିନ୍ଦ୍ର ଜେନା, ବାବନ ଜେନା, କପିଳ ଜେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ