ସିପିଆଇର ବ୍ଲକ ସ୍ତରୀୟ ଶ୍ରମିକ ଦିବସ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସିପିଆଇ ସମେତ ଏ.ଆଇ.ଟି.ୟୁ.ସି, ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଲାଲ ପତାକା ଉତ୍ତୋଳନ କରାଯାଇଥିଲା । ବନ୍ତ ସିପିଆଇ କାର୍ଯ୍ୟାଳୟ ସମେତ ଆଗରପଡା, କାଦବରାଙ୍ଗ, ରାମଚନ୍ଦ୍ରପୁର, ଟିଲୋ, ପଧାନପଡା, ନିଳୋକ, ସେଣ୍ଢତୀରା ଆଦି ସ୍ଥାନରେ ଏହି ଦିବସ ପାଳିତ ହୋଇଥିଲା । ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବନ୍ତ ଜୋନ୍ ସଂପାଦକ ରମେଶ ଜେନା, ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ, ନିରଂଜନ ନାୟକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଧାନପଡା ସମିତି ସଭ୍ୟ ପ୍ରତିନିଧି ଦୁଲ୍ଲା ଖାଁ, ବାବାଜି ଚରଣ ଜେନା, ଭାସ୍କର ଚନ୍ଦ୍ର ବେହେରା, ଫକୀର ଚରଣ ବିଶ୍ୱାଳ, ଧନେଶ୍ୱର ଜେନା, ଅଭିମନ୍ୟୁ ଜେନା, ବିଷ୍ଣୁ ଚରଣ ଜେନା, ଏ.ଆଇ.ଟି.ୟୁ.ସିର ଶ୍ରମିକ ନେତା ନୃସିଂହ ଦାସ, ଉମାକାନ୍ତ ମହାପାତ୍ର, ଦୀଲିପ ନାୟକ, ଜୟନ୍ତ ଜେନା, ଅନିରୁଦ୍ଧ ଜେନା, ସଂଜୟ ସାମଲ, କୈଳାସ ଜେନା, ରବିନ୍ଦ୍ର ସେଠୀ, ପର୍ଶୁରାମ ସ୍ୱାଇଁ, କିଶୋର ବେହେରାଙ୍କ ନେତୃତ୍ୱରେ ଆଗାମୀ ଦିନରେ ଜନାସାଧାରଣଙ୍କ ସାମାଜିକ ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ ଐକ୍ୟବଦ୍ଧ ଗଣଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ