ସିପିଆଇ ଆଞ୍ଚଳିକ ପରିଷଦର ଆଲୋଚନା ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ସିପିଆଇ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟାଳୟରେ ଆୟୋଜିତ ସଭାରେ କମ୍ରେଡ ଦଣ୍ଡପାଣି ସାହୁ ଅଧ୍ୟକ୍ଷତା କରିଥିଲେ। ଆଞ୍ଚଳିକ ପରିଷଦ ସମ୍ପାଦକ କମ୍ରେଡ୍ କିଶୋର କୁମାର ଶତପଥିଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଦିବଙ୍ଗତ ନାରୀନେତ୍ରୀ ପ୍ରମିଳା ଜେନାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରମିକ ସଙ୍ଗଠନ ଏଆଇଟିୟୁସି ର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ କମ୍ରେଡ଼ ଅଳକ ନାଥ ମିଶ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ,ଦରଦାମ ବୃଦ୍ଧି,ବେ ରୋଜଗାର,କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି,ଚାଷୀ ଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ପାର୍ଟିର ସଭ୍ୟପଦ ନବୀକରଣ,ନୂତନ ସଭ୍ୟ ସଂଗ୍ରହ,ଗଣ ପାଣ୍ଠି ସଂଗ୍ରହ ପାଇଁ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ପ୍ରତି ଶାଖାରେ ଅଖିଳ ଭାରତ ଛାତ୍ର ସଂଘ,ଯୁବସଂଘ,କୃଷକ ସଙ୍ଗଠନ, କ୍ଷେତ ମଜଦୂର ସଂଘ,ଉତ୍କଳ ମହିଳା ସମିତି ଏବଂ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଶାଖା ଗଠନ ପାଇଁ ସଭାରେ ନିର୍ଦ୍ଧାରଣ କରାଯାଇଥିଲା। ଦିଗପହଣ୍ଡି ବ୍ଲକ ର କୋଟିନଡ଼ା, ପୋଡ଼ାବାଡ଼ି, ଚଷା ନିମଖଣ୍ଡି ଗ୍ରାମ ର ଶାଖା ସମ୍ମିଳନୀ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଏପ୍ରିଲ ୧୮ ତାରିଖରେ ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ସଭାଗୃହ ରେ ପାର୍ଟିର ଆଞ୍ଚଳିକ ପରିଷଦ ସମ୍ମିଳନୀ କରାଯିବା ନିମନ୍ତେ ସ୍ଥିର କରାଯାଇଥିଲା। କମ୍ରେଡ଼ ଲୋକନାଥ ବିଷୋୟୀ,କୁମୁଦ ଚନ୍ଦ୍ର ପ୍ରଧାନ,ଜି.ରାଜେଶ, ଅନିଲ ଗୌଡ଼,ଦୁର୍ଯ୍ୟୋଧନ ନାୟକ,ସୋମନାଥ ଦଳେଇ,ମିଥୁନ ଗୌଡ଼,ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।