ସିପିଆଇ ଓ କଂଗ୍ରେସର ବୁଥ୍ ସ୍ତରୀୟ ସମନ୍ୱୟ କମିଟି ବୈଠକ: କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ନେଇ ରଣନୀତି

ବନ୍ତ (ଯୁଗାଦ୍ଧ ନିଜ୍ୟୁ) : ରବିବାର ବନ୍ତ ବ୍ଲକ ନିଳୋକସ୍ଥିତ ମା’ ବଉଳାଶୁଣୀ ପୀଠ ଠାରେ ସିିପିଆଇ ଓ କଂଗ୍ରେସ ଦଳ ପକ୍ଷରୁ ବୁଥ୍ ସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମନ୍ୱୟ କମିଟିର ଆବାହକ କିଶୋର କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ସଂପର୍କରେ ଆଲୋଚନା କରାଯିବା ସହ ସିିପିଆଇ ସମର୍ଥୀତ କଂଗ୍ରେସର ଲୋକସଭା ପ୍ରାର୍ଥିନୀ ମଧୁମିତା ସେଠୀ ଓ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ଜିତାଇବା ନେଇ ବିଧିବଦ୍ଧ ଆଲୋଚନା ହୋଇଥିଲା । ଏସଂପର୍କରେ ଉଭୟ ଦଳ ପକ୍ଷରୁ ସମସ୍ତ ରଣନୀତି ପ୍ରସ୍ତୁତ କରାଯାଇଥିଲ । ଏହି ବୈଠକରେ ମଣିଭଦ୍ର ବିଶ୍ୱାଳ, ରଘୁନାଥ ନାୟକ, ଅଭିମନ୍ୟୁ ଜେନା, ପ୍ରଭାସ ଚନ୍ଦ୍ର ଦାସ, ଉମାକାନ୍ତ ନାୟକ, ଗୋପିନାଥ ଧଳ, କାହ୍ନୁ ଚରଣ ନାୟକ, ସଂଗ୍ରାମ ଦାଶ, ଖଗେଶ୍ୱର ମହାନ୍ତି, ନବ କୁମାର ନାୟକ, ବଳରାମ ନାୟକ, ଧନେଶ୍ୱର ନାୟକ, ପ୍ରଦୀପ ଜେନା, ସୁଶାନ୍ତ ନାୟକ, ବସନ୍ତ କୁମାର ନାୟକ, ଦୁର୍ଗା ଚରଣ ପଣ୍ଡା, ନୃସିଂହ ଚରଣ ଦାଶ, ସୁବାଷ ଜେନା, ଗୋପାଳ ଦାଶ, ମୋହନ ଜେନା, ରମାକାନ୍ତ ପଲେଇ, ଗୋପବନ୍ଧୁ ସାହୁ, ମହେଶ୍ୱର ନାୟକ, ରତ୍ନାକର ସୁତାରଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ