ସିପିଆଇ ପକ୍ଷରୁ ନିର୍ମାଣ ଶ୍ରମିକ ଓ ଦିନମଜୁରିଆଙ୍କୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି
କେନ୍ଦ୍ରାପଡା:ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିର୍ମାଣ ଶ୍ରମିକ ଓ ଦିନମଜୁରିଆଙ୍କୁ ଦୈନିକ ସର୍ବନିମ୍ମ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରାଯାଇଛି । ଏତଦବ୍ୟତିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ପ୍ରତ୍ୟେକ ପଂଚାୟତରେ ଦୈନିକ ଏକଘଂଟା ସମୟ ମଧ୍ୟରେ ଲୋକମାନଙ୍କୁ ଯୋଗାଇଦେବାକୁ ଜିଲ୍ଲା ସିପିଆଇ ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।


