ସିପିଆଇ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଓ ମାନବଶୃଂଖଳ

ବନ୍ତ,(ଯୁଗାବ୍ଦ ନ୍ୟୁଜ) : ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ତ ଜୋନ୍ କମିଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବନ୍ତ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରେ ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ଆଇନଜୀବି ପରମେଶ୍ୱର ବାରିକ, ସାଥୀ ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ମାନବ ଶୃଂଖଳ କରାଯାଇ ଦେଶର ସାମ୍ବିଧାନିକ ସୁରକ୍ଷା, ଜାତୀୟ ପତାକା ଓ ସଦ୍‌ଭାବନା ତଥା ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ସମ୍ବିଧାନ ମୁଖବନ୍ଧ ପାଠ କରାଯାଇଥିଲା । ସମ୍ବିଧାନରର ସୁରକ୍ଷା ପାଇଁ ଉପସ୍ଥିତ ସମସ୍ତ ନେତା ଓ ଜନସାଧାରଣ ଶପଥ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସେଖ୍ ଅବଦୁଲ୍ଲା, ପର୍ଶୁରାମ ସ୍ୱାଇଁ, ଅଭିମନ୍ୟୁ ଜେନା, ପବିତ୍ର ସେଠୀ, ଜୟନ୍ତ ଜେନା, ଅନନ୍ତ ମହାରଣା, ବିଷ୍ଣୁ ଚରଣ ଜେନା, ଶ୍ରୀଧର ଜେନା, ଉମାକାନ୍ତ ମହାପାତ୍ର, ଅରୁଣ ରାଉତ, କୈଳାସ ଜେନା, ରବିନ୍ଦ୍ର ସେଠୀ, ରବିନ୍ଦ୍ର ଜେନା, ସନାତନ ମହାକୁଡ, ରମାକାନ୍ତ ସାହୁ, ନାରାୟଣ ଜେନା ପ୍ରମୁଖ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ