ସିପିଆଇ ପାର୍ଟିର ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପଙ୍କ ନିର୍ବାଚନ ପ୍ରଚାର

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ଲାଲଗଡ ଭାବେ ପରିଚିତ ଥିବା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୮ଥର ସିପିଆଇ ପାର୍ଟି ର ବିଧାୟକ ହାତେଇ ଥିବା ବେଳେ ପୁଣି ଥରେ ଦଳୀୟ ବିଧାୟକ ପଦବୀ ହାତେଇବା ନିମନ୍ତେ ସିପିଆଇ ପାର୍ଟି ପ୍ରାଣପଣେ ଉଦ୍ୟମ ଚଲାଇଛନ୍ତି । ଏନେଇ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ଓ କର୍ମୀ ଏକ ମନରେ ସିପିଆଇର ଛତ୍ରପୁର ବିଧାନସଭା ପ୍ରାର୍ଥି ପ୍ରଦୀପ ସେଠୀଙ୍କୁ ବିଜୟୀ କରିବା ନିମନ୍ତେ ନିର୍ବାଚନୀ ପ୍ରଚାରକୁ ବ୍ୟାପକ କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ସଂଗ୍ରାମୀ ନେତା ପୂର୍ବତନ ବିଧାୟକ ଏନ୍ .ନାରାୟଣ ରେଡ୍ଡୀ ଏବଂ ଶ୍ରମିକନେତା ପ୍ରଶାନ୍ତ କୁମାର ପାଟ୍ଟଯୋଶୀ (ନିଲୁ) ଉଭୟ ଦଳୀୟ ପ୍ରାର୍ଥୀ କିପରି ବିଜୟୀ କରାଯିବ ସେନେଇ ଗୋଟି ଚାଳନା କରୁଛନ୍ତି । ଆଜି କଂଗ୍ରେସ ଓ ସିପିଆଇ ପାର୍ଟି ମେଂଟ ପ୍ରାର୍ଥୀ ପ୍ରଦୀପ ସେଠୀ ନିଜ ସମର୍ଥକ ମାନଙ୍କୁ ଧରି ଚିକିଲଖଣ୍ଡି ପଂଚାୟତ ବିଭିନ୍ନ ଗ୍ରାମକୁ ଯାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଏନେଇ ପଂଚାୟତ ବହୁ ସମର୍ଥକ ମାନେ ତାଙ୍କୁ ସମର୍ଥନ ଜଣାଇ ତାଙ୍କ ପ୍ରଚାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ