ସିପିଆଇ ବନ୍ତ ଜୋନ୍ ଜେନେରାଲ ବଡି ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚ ।ୟତ ପଦାକଣା ଠାରେ ସିପିଆଇ ବନ୍ତ ଜୋନ୍ ସ୍ତରୀୟ ଜେନେରାଲ ବଡି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଥୀ ବାବାଜି ଚରଣ ଜେନା ପତାକା ଉତ୍ତୋଳନ କରିଥିଲେ । ପରେ ଉପସ୍ଥିତ ସାଥୀ ମାନେ ସହୀଦ ବେଦୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବରିଷ୍ଠ ନେତା ଫକୀର ଚରଣ ବିଶ୍ୱାଳ, ମାଳତୀ ଜେନା, ବାବାଜି ଜେନାଙ୍କ ତତ୍ତ୍ୱାବଧାନରେ ସଭା ପରିଚାଳନା ହୋଇଥିଲା । ରାଜ୍ୟ ସହସଂପାଦକ ଡଃ.ପ୍ରଶାନ୍ତ ମିଶ୍ର ବୈଠକକୁ ଉଦ୍‌ଘାଟନ କରି ଦେଶ ଓ ରାଜ୍ୟର ସାମ୍ପତ୍ରିକ ରାଜନୈତିକ ଅବସ୍ଥା ସହିତ ବିପର୍ଯ୍ୟସ୍ତ ଅର୍ଥନୀତି ଲଗାମ ବିହିନ ଦରଦାମ ବୃଦ୍ଧି ସାଙ୍ଗକୁ ଉତ୍କଟ ବେକାରୀ ସମସ୍ୟା ଉପରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନଥିବା ବେଳେ ପୁଞ୍ଜିପତି ସପକ୍ଷବାଦୀ ନୀତି ଯୋଗୁ ଦେଶର ଜନଗଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ଜାତି, ଧର୍ମ ନାମରେ ଜନସାଧାରଣଙ୍କୁ ବିଭାଜନ କରି କ୍ଷମତା ସର୍ବାଗ୍ରେ ନୀତି ବିରୁଦ୍ଧରେ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ଗଣ ସମସ୍ୟା ଉପରେ ଲଗାତର ଗଣ ଆନ୍ଦୋଳନ ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ବୈଠକରେ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସଂପାଦକ ରମେଶ ଜେନା, ବରିଷ୍ଠ ନେତା ବାବାଜି ଚରଣ ଜେନା, ଭାସ୍କର ବେହେରା, ରମାକାନ୍ତ ମହାପାତ୍ର, ବନ୍ତ ପଞ୍ଚାୟତ ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଦୁଲ୍ଲା ଖାଁ, ରବିନ୍ଦ୍ର ତରେଇ, ନିରଞ୍ଜନ ନାୟକ, ଧନେଶ୍ୱର ଜେନା, ବିଷ୍ଣୁ ଚରଣ ଜେନା, ଦୀଲିପ ନାୟକ, ଅଭିମନ୍ୟୁ ଜେନା, ଅନିରୁଦ୍ଧ ଜେନା, କମଳାକାନ୍ତ ଜେନା, ସୁଜାଉଦ୍ଦୀନ, କୃପାସିନ୍ଧୁ ଖଣ୍ଡେଇ ଯୋଗ ଦେଇ ପାର୍ଟିର ରାଜନୈତିକ ଓ ସାଙ୍ଗଠନିକ ନିର୍ଦ୍ଧାରଣ ସଂପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟ ନେତା ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ପରମେଶ୍ୱର ବାରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବୈଠକ ପରିଚାଳନାରେ କମଳାକାନ୍ତ ଜେନା, ମାର୍କଣ୍ଡ ବାରିକ, ଅରବିନ୍ଦ ବିଶ୍ୱାଳ, ଉଷାରାଣୀ ବେହେରା, ବାବୁଲି ତରେଇ, ଜୟନ୍ତ ଜେନା, କୈଳାସ ଜେନା, ସଂଜୟ ସାମଲ, ମମତା ସୁତାର, ଅହଲ୍ୟା ମହାକୁଡ, ନୃସିଂହ ଦାସ, କିଶୋର ବେହେରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ