ସିପିଆଇ ଶାଖାର ବାର୍ଷିକ ସମ୍ମିଳନୀ
ଛତ୍ରପୁର,(ଦେବଦତ୍ତ ମହାରଣା): ସିପିଆଇ ଛତ୍ରପୁର ଟାଉନ ଶାଖାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଲକ୍ଷ୍ମଣଭବନ ଠାରେ ସିକନ୍ଦର ଖାନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣା ନୀତି କୁ କଡା ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ୍.କ୍ରିଷ୍ଣା ରେଡ୍ଡୀ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ଶ୍ରମିକ ନେତା ଅଜୟ ମହାପାତ୍ର, କେ.ଦେବରାଜ ରେଡ୍ଡୀ, ଉତ୍କଳ ମହିଳା ସମିତିରନେତ୍ରୀ ଏନ୍.ଭାନୁମତୀ ରେଡ୍ଡୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ । ପ୍ରାରମ୍ଭରେ ଦଳୀୟ ପତାକାକୁ ବର୍ଷିୟାନ କମ୍ୟୁନିଷ୍ଟ ନେତା ରାଜୀବ ଲୋଚନ ପଣ୍ଡା ଉତ୍ତୋଳନ କରିଥିଲେ । ଶାଖାର ନୂତନ ସମ୍ପାଦକ ଭାବେ ପ୍ରଫୁଲ କୁମାର ପାଣିଗ୍ରାହୀ ଓ ସହ-ସମ୍ପାଦକ ଭାବେ ଚିଙ୍କାରା ବେହେରା ନିର୍ବାଚିତ ହୋଇଛନ୍ତି ।


