ସିପିଆଇ ସେଣ୍ଢତୀରା ଶାଖା ସମ୍ମିଳନୀ ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ଠାରେ ସିପିଆଇ ଶାଖା କମିଟିର ୪୧ତମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଦଳର ଲାଲ ପତାକା ଉତ୍ତୋଳନ କରାଯାଇଥିଲା । ପରେ ପ୍ରୟାତଃ ସାଥୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ନାରାୟଣ ପ୍ରସାଦ ଜେନା, ଆନନ୍ଦ ଜେନାଙ୍କ ସମେତ କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା ଚାଷୀ ନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସମ୍ମିଳନୀ ଉଦ୍ଯାପିତ ହେବା ପରେ ସେଣ୍ଢତୀରା ବଜାର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ଜୋନ୍ ସଂପାଦକ ରମେଶ ଜେନା, କୃଷକ ନେତା ଫକୀର ଚରଣ ବିଶ୍ୱାଳ, ଆଇନଜୀବି ପରମେଶ୍ୱର ବାରିକ, ଯୁବନେତା ଦିଲୀପ ନାୟକ, ଅରବିନ୍ଦ ବିଶ୍ୱାଳ, ସୀତାରାମ ସେଠୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜନସାଧାରଣଙ୍କ ସମସ୍ୟା ପାଇଁ ଆଗାମୀ ଦିନରେ ଗଣଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବର୍ଷିୟାନ ସାଥୀ ସନାତନ ସେଠୀ, କୃଷ୍ଣ ଚନ୍ଦ୍ର ପାତ୍ର, ଅର୍ଜ୍ଜୁନ ଚରଣ ଜେନାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମିଳନୀରେ ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା । ସେଣ୍ଢତୀରା ଶାଖା କମିଟିର ସଂପାଦକ ଭାବେ ଧନେଶ୍ୱର ଜେନା, ସହସଂପାଦକ ଭାବେ ଅରବିନ୍ଦ ବିଶ୍ୱାଳ, ନିରଞ୍ଜନ ସେଠୀଙ୍କ ସମେତ ଫକୀର ଚରଣ ବିଶ୍ୱାଳ, ସୀତାରାମ ସେଠୀ, କୃଷ୍ଣ ଚନ୍ଦ୍ର ଜେନା, ଦୁର୍ଯ୍ୟଧନ ସେଠୀଙ୍କୁ ନେଇ ୧୫ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା ।


