ସିପିଏମର ଭୁବନେଶ୍ୱର ଆଞ୍ଚଳିକ ସମିଳନୀ ଅନୁଷ୍ଠିତ 

ଭୁବନେଶ୍ୱର,(ୱାଏନଏସ): ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ଧର୍ମନିରପେକ୍ଷତା ଏବଂ ସମ୍ବିଧାନ ର ସୁରକ୍ଷା ତଥା ମୋଦୀ ସରକାରଙ୍କ ଶ୍ରମିକ ବିରୋଧୀ ଚାରି ଶ୍ରମ କୋଡ଼ ବିରୁଦ୍ଧରେ, ବସ୍ତିବାସିନ୍ଦା, ଖୁଦ୍ରବ୍ୟବସାୟୀ ମାନଙ୍କର ଅଧିକାର ସୁରକ୍ଷା ପାଇଁ ବ୍ୟାପକ ଜନଆନ୍ଦୋଳନ ଗଢି ତୋଳିବାର ଆହ୍ୱାନ ଦେଇ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ସି ପି ଏମ ର ଭୁବନେଶ୍ୱର ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ସାଥୀ ମିନତୀ ପାଣିଗ୍ରାହୀ ଓ ଚାମ୍ବୁର ସୋରେନ ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଶୋକପ୍ରସ୍ତାବ ପାଶ କଲାପରେ ସି ପି ଆଇ (ଏମ ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥୀ ସୁରେଶ ପାଣିଗ୍ରାହୀ ଅଭିଭାଷଣ ଦେଇ ଦରଦାମ ବୃଦ୍ଧି, ଶ୍ରମିକ କୃଷକ ଙ୍କ ତେଲଲୁଣ ସଂସାର ର ଦାବୀ ସହିତ ସମ୍ବିଧାନ ଓ ଧର୍ମନିରପେକ୍ଷ ତା ସୁରକ୍ଷା ନିମନ୍ତେ ଦୁର୍ବାର ଜନ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ l ଭୁବନେଶ୍ୱର ଆଞ୍ଚଳିକ ସମ୍ପାଦକ ବିଗତ ତିନି ବର୍ଷର ସାଙ୍ଗଠନିକ ରିପୋର୍ଟ ଉପସ୍ଥାପନ କରିବା ପରେ 8 ଜଣ ସାଥୀ ଆଲୋଚନା କରିଥିଲେ l ଅନ୍ୟମାଣଙ୍କ ମଧ୍ୟରେ ସାଥୀ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସାଥୀ ଅନନ୍ତ ମଙ୍ଗରାଜ, ପ୍ରଭାତ ପାଣିଗ୍ରାହୀ, ପ୍ରଭାସ ଷଣ୍ଢ, ରମେଶ ଜେନା ଏବଂ ଯତୀନ ମହାନ୍ତି ଭାଷଣ ଦେଇ ଆଗାମୀ ଦିନରେ ପାର୍ଟି ସଂଗଠନ ଏବଂ ଜନଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ l ସାଥୀ ରାମଚନ୍ଦ୍ର ତ୍ରିପାଠୀ ସମିଳନୀ ପରିଚାଳନା କରିଥିଲେ l ସମ୍ମିଳନୀ ରେ ଆସନ୍ତା ତିନିବର୍ଷ ପାଇଁ ଭୁବନେଶ୍ୱର ସହର ସାତ ଜଣିଆ ଆଞ୍ଚଳିକ କମିଟି ସମେତ ସାଥୀ ପ୍ରଦୀପ୍ତ ନାୟକ ନୂତନ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି l ଦଳଗତ ଭାବରେ ଏକ ଆଦର୍ଶଗତ ଲଢୁଆ ପାର୍ଟି ସଂଗଠନ ଗଢି ତୋଳି ଜନଗଣଙ୍କର ଆସ୍ଥାଭାଜନ ହେବାକୁ ସେ ଆହ୍ୱାନ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ