ସିପି ଓ ପ୍ରକ୍ସି ସରପଂଚ ମଦ୍ୟପାନ କରିଥିବା ନେଇ ପୋଲିସର ସୂଚନା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ କମ୍ପ୍ୟୁଟର ପ୍ରୋଗ୍ରାମର(ସିପି) ଦେବଦତ ସାହୁ, ପିଇଓ ପ୍ରତାପ ମହାପାତ୍ର ଓ ଶିଖର ପଂଚାୟତର ସରପଂଚଙ୍କ ସ୍ୱାମୀ ବୈକୁଣ୍ଠନାଥ ନାୟକ ମଦ୍ୟପାନ କରୁଥିବା ନେଇ ପୋଲିସ ସୂଚନା ପାଇଁ ଉଠାଇ ନେଇଥିଲା । ସେମାନେ ମଦ୍ୟପାନ କରିଥିବା ନେଇ ମେଡିକାଲ ପରିକ୍ଷା କରିବା ପରେ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଛାଡି ଥିବା ଜଣାଯାଇଛି । ସିପି ସାହୁ ଓ ଶିଖର ପଂଚାୟତ ସରପଂଚଙ୍କ ସ୍ୱାମୀ ନାୟକ ମଦ୍ୟପାନ କରିଥିବା ନେଇ ମେଡିକାଲ ରିପୋର୍ଟ ବାହାରିଥିବା ଥାନାଧିକାରୀ ନିଲମଣୀ ନାୟକ ସୂଚନା ଦେଇଛନ୍ତି । ସୂଚନା ମୁତାବକ ପିଇଓ ପ୍ରତାପ ମହାପାତ୍ରଙ୍କର ନାଉଗାଁ ବ୍ଲକରୁ ଅନ୍ୟ ବ୍ଲକକୁ ବଦଳି ହୋଇଛି । ତାଙ୍କର ବଦଳି ହେବା ହେତୁ କାଗକପତ୍ରରେ ବକେୟା କାର୍ଯ୍ୟ ରହିଥିବାରୁ ବିଡିଓଙ୍କ ଅନୁମତି ନେଇ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ତାଙ୍କୁ ସହଯୋଗ କରିବା ପାଇଁ ବ୍ଲକର ସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଶିଖର ପଂଚାୟତର ସରପଂଚଙ୍କ ସ୍ୱାମୀ ବୈକୁଣ୍ଠନାଥ ନାୟକ ବ୍ଲକ କାର୍ଯ୍ୟାଳୟ ପରିସରକୁ ରାତିରେ ପଶି ଥିଲେ । ସ୍ଥାନୀୟ ଲୋକ ଏହାକୁ ଦେଖି କେଉଁ କାରଣ ପାଇଁ ଜଣେ ସାଧାରଣ ଲୋକ ଏତେ ରାତିରେ ବ୍ଲକ କାର୍ଯ୍ୟାଳୟ ଭିତିରକୁ ପଶୁଛନ୍ତି ବୋଲି ସନ୍ଦେହ କରି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚି କାର୍ଯ୍ୟାଳୟର କବାଟ ବାଡେଇଥିଲେ ମଧ୍ୟ ସେମାନେ ଖୋଲିବାରେ ବିଳମ୍ବ କରିଥିଲେ । ଯାହାଫଳରେ ସେଠାରେ ସାମାନ୍ୟ ଉତେଜନା ଦେଖା ଦେଇଥିଲା । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରି ମଦ୍ୟପାନ କରିଛନ୍ତି କି ନାହଁ ପରୀକ୍ଷା କରିବା ପାଇଁ ମେଡିକାଲରେ ଭର୍ତି କରିଥିଲେ । ଏଥିରେ କମ୍ପ୍ୟୁଟର ପ୍ରୋଗ୍ରାମର(ସିପି)ସାହୁ ଓ ଶିଖର ପଂଚାୟତର ସରପଂଚଙ୍କ ସ୍ୱାମୀ ନାୟକ ମଦ୍ୟପାନ କରିଥିବା ଜଣାଯାଇଥିଲା । ପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡା ଯାଇଥିବା ଥାନାଧିକାରୀ ନିଳମଣୀ ନାୟକ ସୂଚନା ଦେଇଛନ୍ତି । ଏସଂର୍ପକରେ ବିଡିଓ ତପନ କୁମାର ମହାପାତ୍ରଙ୍କୁ ପଚାରିବାରେ ପୋଲିସ ଠାରୁ ସେମାନଙ୍କର ମଦ୍ୟପାନ ରିପୋର୍ଟ ଆସିାବ ପରେ ଉପରୀସ୍ତ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିବା ସହିତ ପ୍ରକ୍ସି ସରପଂଚଙ୍କ ଉପରେ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ