ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକଙ୍କ ଘର ଉପରେ କୋଲକାତା ପୋଲିସର ଚଢାଉ

କୋଲକାତା: ଗତ ରବିବାର କୋଲକାତା ପୋଲିସ କମିଶନରଙ୍କ ଘରେ ଅଚାନକ ସିବିଆଇ ପହଞ୍ଚିବା ପରଠୁ ରାଜ୍ୟର ମମତା ବାନାର୍ଜୀ ସରକାର କେନ୍ଦ୍ର ବିରୋଧରେ ମୋର୍ଚ୍ଚା ଖୋଲିବା ଆରମ୍ଭ କରିଛନ୍ତି। ପ୍ରତିଶୋଧ ପରାୟଣ ହୋଇ ଏବେ କୋଲକାତା ପୋଲିସ ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ  ଏମ ନାଗେଶ୍ଵର ରାଓଙ୍କ ଦୁଇଟି ଠିକଣାରେ ଚଢାଉ କରିଛି। ସମାଚାର ଏଜେନ୍ସି ଏନଆଇର ରିପୋର୍ଟ ମୁତାବକ ଗୋଟିଏ ସ୍ଥାନ କୋଲକାତା ହୋଇଥିବା ବେଳେ ଅନ୍ୟଟି ସଲ୍ଟ ଲେକ ରହିଛି, ଯେଉଁଠି ନାଗେଶ୍ଵରଙ୍କ ପତ୍ନୀଙ୍କ କମ୍ପାନୀ ଏଞ୍ଜେଲିନା ମଙ୍କେଟାଇଲ ପ୍ରାଇଭେଟ୍ ଲିମିଟେଡ୍ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ