ସିବିଏସଇ ଘୋଷଣା, ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୁରୁତ୍ୱପୂର୍ଣ୍ଣ ୨୯ଟି ବିଷୟ ଉପରେ ବୋର୍ଡ ପରୀକ୍ଷା କରାଯିବ । ଜରୁରୀ କାରଣରୁ ଯେଉଁ ଅଞ୍ଚଳରେ ପରୀକ୍ଷା ସ୍ଥଗିତ ରହିଛି ସେହି ଅଞ୍ଚଳରେ ଏହାର ଆୟୋଜନ ହେବ । କେବଳ ଶ୍ରେଣୀ ଉତ୍ତୀର୍ଣ୍ଣ ତଥା କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପାଇଁ ଆବଶ୍ୟକ ୨୯ଟି ମୁଖ୍ୟ ବିଷୟରେ ପରୀକ୍ଷା କରାଯିବ । ଅବଶିଷ୍ଟ ବିଷୟରେ ବୋଡର଼୍ ପରୀକ୍ଷା ହେବନାହିଁ । ଏଥିସହିତ ପ୍ରଥମରୁ ଅଷ୍ଟମ ଯାଏ ସମସ୍ତ ଛାତ୍ରଛାତ୍ରୀଙ୍କ ପାସ୍ କରିଦିଆଯିବା ନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୱାଲ ନିଶାଙ୍କ । ଏ ସମ୍ପର୍କରେ ଖୁବ ଶୀଘ୍ର ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ୧୮ ପରଠାରୁ ସିବିଏସଇ ବୋର୍ଡ ୮ଟି ବିଷୟରେ ପରୀକ୍ଷା ସ୍ଥଗିତ ରଖିଛି । ସେହିଭଳି ଉତ୍ତର ପୂର୍ବ ଦିଲ୍ଲୀର କେତେକ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ୪ ଦିନ ପରୀକ୍ଷା ହୋଇପାରି ନାହିଁ ।