ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ହାତୀଓଟ ଓ.ଏ.ଭି. ର ସଫଳତା

ପୋଲସରା, (ଅନିଲ କୁମାର ମହାରଣା):ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଂଜାମ ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ, ହାତୀଓଟ ର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ କୃତ୍ତିତ୍ବ ଅର୍ଜନ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ୭୦ ଜଣ ଏବଂ ଦଶମ ଶ୍ରେଣୀରେ ୭୮ ଜଣ ପରୀକ୍ଷା ଦେଇଥିଲେ। ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସ୍ୱୟଂସିଦ୍ଧା ଦଲାରା ୯୬ ପ୍ରତିଶତ ମାର୍କ ରଖିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ତାରା ପ୍ରସାଦ ମଧ୍ୟ ୯୬ ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ତଥା ଗଂଜାମ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି। ଚଳିତ ପରୀକ୍ଷା ଫଳରେ ଦ୍ଵାଦଶ ଶ୍ରେଣୀରୁ ୫ ଜଣ ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀରୁ ୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିବାରେ ସଫଳ ହୋଇଛନ୍ତି। ଏହି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଷଡଙ୍ଗୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ସାଧୁବାଦ ଜଣାଇଛନ୍ତି। ଭବିଷ୍ୟତରେ ବିଦ୍ୟାଳୟର ସୁନାମ ରଖିବା ପାଇଁ ସମସ୍ତଙ୍କୁ ପ୍ରତିଜ୍ଞାବଦ୍ଧ ହେବାପାଇଁ ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ପ୍ରେରଣା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ