ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତୀତ୍ୱ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଶତ ପ୍ରତିଶତ ସଫଳତା ଅର୍ଜ୍ଜନ କରିଛନ୍ତି । ଶିଆଳିଆସ୍ଥିତ ଦେବେନ୍ଦ୍ର ଫ୍ୟୁଚର ପଏଣ୍ଟରେ କୋଚିଂ ନେଉଥିବା ସତ୍ୟ ପ୍ରକାଶ ପେଡା ୪୮୧(୯୬.୨ ପ୍ରତିଶତ) ଓ ଦିବ୍ୟ ରଞ୍ଜନ ପାଢୀ ୪୬୧(୯୨.୨ ପ୍ରତିଶତ) ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଦେବେନ୍ଦ୍ର ଫ୍ୟୁଚର ପଏଣ୍ଟର ପ୍ରତିଷ୍ଠାତା ଦେବେନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ ସତ୍ୟ ପ୍ରକାଶ ଜଣେ ମେଧାବୀ ଛାତ୍ର ଥିବା ବେଳେ ସେ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ । ଏଥିସହିତ ଉକ୍ତ ଫ୍ୟୁଚର ପଏଣ୍ଟରେ କୋଚିଂ ନେଉଥିବା ହିମାଂଶୁ ଶେଖର ପଣ୍ଡା ୮୬ ପ୍ରତିଶତ, ଭାଗ୍ୟଲକ୍ଷ୍ମୀ ବେହେରା ୮୪.୨ ପ୍ରତିଶତ, ଯାଜ୍ଞସେନୀ ପାଣିଗ୍ରାହୀ ୮୪ ପ୍ରତିଶତ, ସୋୟମ୍ଶ୍ରୀ ପାତ୍ର ୮୪ ପ୍ରତିଶତ, ପୂର୍ଣ୍ଣିମା ବାରିକ ୮୩ ପ୍ରତିଶତ, ଦିବ୍ୟ ରଞ୍ଜନ ବିଶ୍ୱାଳ ୮୨ ପ୍ରତିଶତ, ପ୍ରଜ୍ଞା ପରମିତା ସାମଲ ୮୦ ପ୍ରତିଶତ, ସୁନୀଲ ବିଶ୍ୱାଳ ୮୦ ପ୍ରତିଶତ, ରାଜଶ୍ରୀ ରାଜଲକ୍ଷ୍ମୀ ବାରିକ ୭୭ ପ୍ରତିଶତ, ଜ୍ୟୋତିର୍ମୟୀ ବିଶ୍ୱାଳ ୭୫ ପ୍ରତିଶତ, ଶକ୍ତି ସମ୍ଭୂତା ପାଢୀ ୭୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି ।