ସିବିଏସ୍ଇ ପରୀକ୍ଷାରେ ଭଞ୍ଜନଗର ସମ୍ବିତଙ୍କ ସଫଳତା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଭଞ୍ଜନଗର – ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଛି। ଏଥିରେ ଭଞ୍ଜନଗର ପଣ୍ଡିତ ଶ୍ରୀଧର ରଥ ଡିଏଭି ସ୍କୁଲ , କେନ୍ଦ୍ରୀୟ ବିଦ୍ୟାଳୟ, ସେଣ୍ଟ ଜାଭିୟର ସ୍କୁଲର ଛାତ୍ରଛାତ୍ରୀ ମାନେ ଭଲ ଫଳ ପ୍ରଦର୍ଶନ କରିଛନ୍ତି। ଏଥିସହ ଭଞ୍ଜନଗର ସହରତଳି ଢ଼ିହପଢାଳ ଗ୍ରାମର ଆଇନଜୀବୀ ଶତ୍ରୁଘ୍ନ ମିଶ୍ର ଙ୍କ ପୁତ୍ର ସମ୍ବିତ୍ ମିଶ୍ର ୯8.୬୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଭୁବନେଶ୍ୱର ପୋଖରୀପୁଟ ଡିଏଭି ସ୍କୁଲରେ ପଢ଼ୁଥିଲେ। ସ୍କୁଲରେ ସମ୍ବିତ୍ ୪ଥ ସ୍ଥାନ ରଖିଥିବା ତାଙ୍କ ପିତା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସମ୍ବିତ୍ ଏହି ସଫଳତାର ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ