ସିବିଏସ୍ଇ ପରୀକ୍ଷାରେ ଇଫ୍କୋ ଓ ପାରାଦ୍ୱୀପ ଡିଏଭି ସ୍କୁଲର ସଫଳତା
ପାରାଦ୍ୱୀପ, (ପୀତବାସ ପ୍ରଧାନ):ସଦ୍ୟ ଘୋଷିତ ହୋଇଥିବା ସିବିଏସ୍ଇ ପରୀକ୍ଷା ରେ ଇଫ୍କୋ ଓ ପାରାଦ୍ୱୀପ ଡିଏଭି ସ୍କୁଲ ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଇଫ୍କୋ ଡିଏଭି ସ୍କୁଲ ଓ ପାରାଦ୍ୱୀପ ଡିଏଭି ସ୍କୁଲ ଉଭୟେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଇଫ୍କୋ ଡିଏଭି ସ୍କୁଲ ର ସାଗରୀକା ଲଗ୍ନଲବ୍ଧା ଦାସ ୯୭.୮% ନମ୍ବର ରଖି ପ୍ରଥମ ହୋଇଥିବା ୯୭.୨% ନମ୍ବର ରଖି ସ୍ମୃତି ମହାପାତ୍ର ୨ୟ, ସ୍ମୃତି ଶ୍ରୀବାସ୍ତବ ଓ ପିନ୍ସି ବାରିକ୍ ୯୬% ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ସ୍କୁଲର ବିବେକ ପଣ୍ଡା ୮୦.୧୬% ନମ୍ବର ରଖି ଶ୍ରେଷ୍ଠ କାଟାଗୋରୀରେ ଉନ୍ନୀତ ହୋଇଛନ୍ତି । ଇଫ୍କୋ ୟୁନିଟ୍ ହେଡ୍ ଜେଜେ ପଟେଲ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟକ୍ଷ ବଳରାମ ମାହାପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭିଏଭି ଅନୁଷ୍ଠାନର ସହକାରୀ ଆଞ୍ଚଳିକ ଅଧିକାରୀ ଜୋନ୍-୧ର ଡ.ସୁଜାତା ସାହୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଥିବା ଜଣାପଡିଛି । ସେହିପରି ପାରାଦ୍ୱୀପରେ ଥିବା ଡିଏଭି ସ୍କୁଲ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି ଛାତ୍ରଛାତ୍ରୀ । ସ୍କୁଲର ୪୦ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇ ସମସ୍ତେ ପାସ୍ ପରିଛନ୍ତି । ସ୍କୁଲର ଛାତ୍ରୀ ସ୍ମୃତି ମହାପାତ୍ର ୯୬.୪% ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ଦେବୀକା ଧିର ୯୬.୨% ନମ୍ବର ରଖି ୨ୟ ଓ ରଶ୍ମିରେଖା ରଣା ୯୬% ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସ୍କୁଲର ୧୯ଜଣ ଛାତ୍ରଛାତ୍ରୀ ୯୦% ଅଧିକ ନମ୍ବର ରଖିଥିବାରୁ ୯୫% ରୁ ଉର୍ଦ୍ଧ ୮ଜଣ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି । ସିବିଏସ୍ଇ ସ୍କୁଲ ପରିକ୍ଷାରେ ପାରାଦ୍ୱୀପ ଡିଏଭି ସ୍କୁଲ ସବୁଠାରୁ ଭଲ ଫଳାଫଳ କରିଥିବା ଜଣାପଡିଛି । ଡିଏଭି ସଂସ୍ଥାର ଅଞ୍ଚଳିକ ଅଧିକାରୀ ଡ.କେଶବ ଚନ୍ଦ୍ର ଶତପଥି, ସହକାରୀ ଆଞ୍ଚଳିକ ଅଧିକାରୀ ଡା.ସୁଜାତା ସାହୁ କ୍ଳସ୍ତର ହେଡ ଡିଏଭି ସ୍କୁଲର ଇଫକୋର ଅଧ୍ୟକ୍ଷ ବଳରାମ ମହାପାତ୍ର ଏବଂ ସ୍କୁଲର ଅଧ୍ୟକ୍ଷା ବିନ୍ଦୁଶ୍ରୀ ମହାନ୍ତି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ପାରାଦ୍ୱୀପ ଡିଏଭି ସ୍କୁଲ ତାର ଶ୍ରେଷ୍ଠତା ବଜାୟ ରଖିବ ବୋଲି ଅଧ୍ୟକ୍ଷା ବିନ୍ଦୁ ଶ୍ରୀ ମହାନ୍ତି ଜଣାଇଛନ୍ତି ।