ସିଭିଲ୍ ଜଜ୍ କୋର୍ଟ ତଥା ଜେ ଏମ୍ ଏଫ୍ ସି ଉଦଘାଟିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୂରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ରେ ବୁଧବାର ୩ ନଭେମ୍ବର ରେ ନୂତନ ଭାବରେ ଠାକୁରମୁଣ୍ଡା ଠାରେ ବହୁପ୍ରତିକ୍ଷୀତ ସିଭିଲ ଜଜ୍ କୋର୍ଟ ତଥା ଜେ.ଏମ୍.ଏଫ୍.ସି କୋର୍ଟ ଓଡିଶା ହାଇକୋର୍ଟ ର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟାଧୀଶ ଡଃ ମୂରଲୀଧରନ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଆଜି ସକାଳ ୯ଟା୩୦ ମିନିଟରେ ମାନ୍ୟବର ଓଡ଼ିଶା ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଡଃ ମୂରଲୀଧରନ ଭିଡ଼ିଓ କନଫରେନ୍ସ ମାଧ୍ୟମ ରେ ଉପସ୍ଥିତ ରହି ତାଙ୍କ କରକମଳରେ ତଥା ଓଡ଼ିଶା ହାଇକୋର୍ଟର ମାନ୍ୟବର ଜଜ୍ ଜଷ୍ଟିସ ଏସ୍.ପୂଜାହାରୀଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି। ଏଥିରେ କରଞ୍ଜିଆ ଏସ ଡି ଜି ଏମ ସୁଶିଲ କୁମାର ରାଉତ ଓ ଜର୍ଜ ବନଜା ମହାନ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ କରଞ୍ଜିଆ ଵାର୍ ଆସୋସିଏସନ୍ ର ସଭାପତି ଦିପକ୍ କୁମାର ଦାସ ଅଧିକାରୀ, ସମ୍ପାଦକ ସଞ୍ଜୟ କୁମାର ମିଶ୍ର , ବାରିପଦାରୁ ଜିଲ୍ଲା ଵାର୍ ଆସୋସିଏସନ୍ ର ସଦସ୍ୟ ଆଡଭୋକେଟ୍ ରାଜକିଶୋର ମହାନ୍ତ, ଠାକୁରମୁଣ୍ଡାର ଆଡଭୋକେଟ୍ କଳ୍ପନା ନାୟକ,ଅଜୟ ଦାସ୍, ବିକ୍ରମ ଦତ୍ତ,ତଥା ସମସ୍ତ ଓକିଲ ଓ ସହଯୋଗୀ ଉପସ୍ଥିତ ଥିଲେ । କରଞ୍ଜିଆ କୋର୍ଟ ରୁ ଠାକୁରମୁଣ୍ଡା ର ୩୪୯୫ ଟି ସିଭିଲ ଓ ଅପରାଧିକ ମାମଲା ଏଠାରେ ବିଚାର ହେବାପାଇଁ ସମସ୍ତ ନଥି ଅଣାଯାଇଛି ବର୍ତମାନ ପାଇଁ ଅସ୍ଥାୟୀ ଭାବେ ବ୍ଲକ ପରିସରରେ କୋର୍ଟ କାର୍ଯ୍ୟ ଚାଲୁରହିବ କୋର୍ଟ ର ନିଜସ୍ୱ କୋଠା ନିର୍ମାଣ ହେଲେ ତାହା ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି ଏହାଦ୍ବାରା କରଞ୍ଜିଆରୁ ସୁଦୂର ପ୍ରାୟ ୭୦ କି.ମି ଦୂରରୁ ମହୁଲଡିହା ଥାନାର ଓ ପ୍ରାୟ ୫୦ କି.ମି ଦୂର ଠାକୁରମୁଣ୍ଡା ଥାନାରୁ ଜନସାଧାରଣ ଦୀର୍ଘ ପଥ ଖର୍ଚ୍ଚାନ୍ତ ହୋଇ ଯାଇ କୋର୍ଟ କାର୍ଯରେ ଯୋଗଦେବା ବା ବ୍ୟକ୍ତିଗତ ଭାବେ ହାଜର ହେବା କୁ ନେଇ ହୋଇଆସୁଥିବା ହଇରାଣ ହରକତ ରୁ ମୁକ୍ତି ପାଇବା ନିଶ୍ଚିନ୍ତ ହୋଇଛି,ଏହା ଦ୍ୱାରା ଜନସାଧାରଣ ରେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି କୋର୍ଟ ଉଦଘାଟନ ପରେ ଅଞ୍ଚଳ ରେ ଆନନ୍ଦର ଲହରୀ ଖେଳିଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ