ସିମାଚଂଳ ରେଡ୍ଡୀଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ପାଳନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଲଢୁଆନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏନ୍.ସିମାଚଂଳ ରେଡ୍ଡୀ ନବମ ଶ୍ରାଦ୍ଧ ବାର୍ଷିକୀ ଚମାଖଣ୍ଡି ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟାଳୟ ପରିସରରେ ଚମାଖନ୍ଡି ଜୋନାଲ ସଂପାଦକ ସିଏଚ୍.ଜନାର୍ଦ୍ଦନ ରେଡ୍ଡୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାସ, ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଭ୍ୟ ତଥା ଶ୍ରମିକ ନେତା ପ୍ରବୀଣ ଦାସ, ଶ୍ରମିକ ନେତା ଦୁର୍ଯ୍ୟଧନ ନାହାକ, ଚମାଖଣ୍ଡି ଜୋନାଲ ସହ-ସଂପାଦକ ଗୁରୁନାଥ ପ୍ରଧାନ ଓ ଏନ୍.ଗିରିଜା ପ୍ରସାଦ ରେଡ୍ଡୀ, ଏନ୍.ଗଙ୍ଗାପାଣି ରେଡ୍ଡୀ, ଚନ୍ଦ୍ରମଣି ନାହାକ, ଲିଙ୍ଗରାଜ ପ୍ରଧାନ,ଶରତ ଚନ୍ଦ୍ର ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ସ୍ୱର୍ଗତ ସିମାଚଂଳ ରେଡ୍ଡୀ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭ ରେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସ୍ୱର୍ଗତ ରେଡ୍ଡୀଙ୍କ ସ୍ମୃତି ସ୍ତମ୍ଭ ଠାରେ ପୁଷ୍ପାଜଂଳି ଅର୍ପଣା କରାଯାଇଥିଲ ।