ସିମିଳି ଗ୍ରାମପଞ୍ଚାୟତରେ ୨୦ରୁ ଊର୍ଦ୍ଧ୍ବ ମତ୍ସ୍ୟ ଚାଷୀ ହତାଶ, ୫୦ ଏକର ପୋଖରୀରୁ ଭାସିଗଲା ଲକ୍ଷାଧିକ ଟଙ୍କାର ମାଛ

କୋଣାର୍କ (ଗଣେଷ ବେହେରା) : କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ମାଟିଆପଡ଼ା, ପଇତାବରାଇ, କଣ୍ଟିଝାଡି ସମେତ ବିଭିନ୍ନ ଗ୍ରାମ ମାନଙ୍କରେ ୨୦ରୁ ଊର୍ଦ୍ଧ୍ବ ମତ୍ସ୍ୟ ଚାଷୀଙ୍କ ୫୦ ଏକରରୁ ଉର୍ଦ୍ଧ୍ବ ପରିମିତ ଜାଗାରେ ଖୋଲା ଯାଇଥିବା ମାଛ ପୋଖରୀରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇ ଲକ୍ଷାଧିକ ଟଙ୍କାର ମାଛ ଭାସିଯାଇଛନ୍ତି। ଫଳରେ ମାଛ ଚାଷ କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହି ଗ୍ରାମପଞ୍ଚାୟତର ମତ୍ସ୍ୟ ଚାଷୀ ଲକ୍ଷ୍ମୀଧର ସାହୁ, ହୃଷିକେଶ ସାହୁ, ଶରତ ବିଶ୍ବାଳ, ପ୍ରଶାନ୍ତ କୁମାର ତ୍ରିପାଠୀ ସମେତ ୨୦ରୁ ଊର୍ଦ୍ଧ୍ବ ମତ୍ସ୍ୟ ଚାଷୀ ମାନଙ୍କର ମାଛ ପୋଖରୀ ବିପର୍ଯ୍ୟସ୍ତ ହୋଇପଡିଛି। ତୁରନ୍ତ ଏହି ବିପର୍ଯ୍ୟସ୍ତ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିମିଳି ଗ୍ରାମପଞ୍ଚାୟତର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଜନସାଧାରଣ ମାନଙ୍କ ପକ୍ଷରୁ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ