ସିମୁଳିଆ ଅଞ୍ଚଳର ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ଵତନ୍ତ୍ର ପୋକ୍ସ କୋର୍ଟ

ବାଲେଶ୍ଵର, (ସରୋଜ ପଣ୍ଡା):ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ଵର ସ୍ଵତନ୍ତ୍ର ପୋକସୋ କୋର୍ଟ ଜଜ ରଞ୍ଜନ କୁମାର ସୂତାର ଦୋଷୀ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।ଜୋରିମାନା ଅନାଦେୟ ଦୋଷୀଙ୍କୁ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ କରିଛନ୍ତି। ସୂଚନା ଥାଉକି, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧୀନ ୨୦୧୮ ମସିହା ରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ଚେଙ୍ଗା ଓରଫ ଏନ୍ ରାମା ରାଓ କୁ ଗିରଫ କରାଯାଇଥିଲା।ଏହି ମାମଲାର ୯ ଜଣ ସାକ୍ଷୀ ୨୦ ଟି ଦଲିଲ ଓ ଦସ୍ତାବିଜ କୁ ଭିତ୍ତିକରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ।ସେହିଭଳି ପୀଡ଼ିତା ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କ୍ଷତିପୂରଣ ବାବଦରେ ୪ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଏହି ମାମଲା ରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ