ସିମେଣ୍ଟ କିଣି ବୁଲେଟ ପାଇଲେ ଯୁବକ

ହାଟଡିହି, (ବିକାଶ ବିଶ୍ୱାଳ) :-ଘରକାମ ପାଇଁ ଡାଲମିଆ ସିମେଣ୍ଟ କିଣି ବୁଲେଟ ପାଇଛନ୍ତି ଫକିରପୁର ଗ୍ରାମର ଜଣେ ଯୁବକ । ଫକିରପୁର ଗ୍ରାମର ସୁବ୍ରତ ସାହୁ ଗତ ଜାନୁୟାରୀ ମାସରେ ନିଜ ଘରକାମ ପାଇଁ ଛେନାପଦିଛକସ୍ଥିତ ସ୍ୱାଇଁ ଟ୍ରେଡର୍ସରୁ ସିମେଣ୍ଟ କିଣି ନେଇଥିଲେ । କିନ୍ତୁ ଏହାର କିଛିଦିନ ପରେ ଡାଲମିଆ ସିମେଣ୍ଟ କର୍ତ୍ତପକ୍ଷଙ୍କ ପାଖରୁ ତାଙ୍କ ପାଖକୁ ଏକ ଟେଲିଫୋନ ଯାଇଥିଲା କି ତୁମେ ଆମ ଲକି କୁପନ ଉଠାଣ ଯୋଜନାରେ ଏକ ବୁଲେଟ ପାଇଛ । ଏହାକୁ ସହଜରେ ବିଶ୍ୱାଷ କରିନଥିଲେ ସୁବ୍ରତ । ସେ ସଙ୍ଗେ ସଙ୍ଗେ ସିମେଣ୍ଟ କିଣିଥିବା ସ୍ୱାରଇଁ ଟ୍ରେୟଡର୍ସ ମାଲିକଙ୍କୁ ଭେଟି ଏ ବିଷୟରେ ପଚାରିବା ପରେ ଲକି ଗ୍ରାହକ ସାଜିଥିବା ଜାଣିବାପରେ ତାଙ୍କର ଖୁସିର ସୀମା ରହିଲାନି । ଆଜି ଶାସଙ୍ଗ ଛକ ସ୍ଥିତ ସ୍ୱାଇଁ ଟ୍ରେଡର୍ସ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଡାଲମିଆ ସିମେଣ୍ଟର ଆନନ୍ଦପୁର ସେଲସ ଅଫିସର କାର୍ତ୍ତିକ ପାଣିଗ୍ରାହୀ, ଟେକନିକାଲ ଇଞ୍ଜିନିୟର ରାଜେଶ ବେହେରା, ୟୁନିଟ ହେଡ ଶରତ କୁମାର ସ୍ୱାଇଁ, ମାକେଟିଂ ମ୍ୟାନେଜର ବିଶ୍ୱଜିତ ପାତ୍ର, ଡିଲର ରୁଦ୍ର ପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗଦେଇ ଲକି ଗ୍ରାହକ ସାଜିଥିବା ସୁତ୍ରତ ସାହୁଙ୍କୁ ବୁଲେଟ ଉପହାର ଦେଇଥିଲେ । ବୁଳେଟ ଗ୍ରହଣ କରିବାପରେ ସୁବ୍ରତ ଅତି ଖୁସି ବ୍ୟକ୍ତ କରିବା ସହ କମ୍ପାନୀର ଗ୍ରାହକ ମରନଙ୍କୁ ଆକୃଷ୍ଟ କରିବାପାଇଁ କରିଥିବା ଏପରି ପ୍ରୟାସକୁ  ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ