ସିର୍ତ୍ତିଗୁଡାରେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଆରମ୍ଭ ଦଶ ହଜାରରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଠାରେ ରେ ୬୪ ତମ ବିଶ୍ୱ ଶାନ୍ତି ପଞ୍ଚ ମହାଯଜ୍ଞ ରବିବାର ଆରମ୍ଭ ହୋଇଛି l ସିର୍ତ୍ତୀଗୁଡା ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନଯଜ୍ଞ ଓ ଗୋ-ଯଜ୍ଞ ନିୟମିତ ଚାଲୁରହିବ l ଅଧିଷ୍ଠାତ୍ରୀ ଦେବୀ ମା ‘ ଦୁର୍ଗା, ପାଟ୍ଟଖଣ୍ଡା, ଓ ବରାଳଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଚୈତନ୍ୟ ଠାକୁର ମଣ୍ଡପ ପ୍ରାଙ୍ଗଣରେ ପଞ୍ଚ ମହାଯଜ୍ଞ ମହା ଆଡମ୍ବର ସହକାରେ ପାଳିତ ହେଉଛି l ସମଗ୍ର ଜ଼ିଲ୍ଲା ତଥା ଜିଲ୍ଲା ବାହାରୁ ଶହେରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି l ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମୁଛି l ଜ଼ିଲ୍ଲା ର କୋଣ ଅନୁକୋଣ ରୁ କୋଡିଏ ହଜାର ରୁ ଉର୍ଦ୍ଧ ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମ ରେ ଗ୍ରାମ୍ୟ କମିଟି ସଭାପତି ଶଙ୍କର ବେହେରଦଳାଇ, ସମ୍ପାଦକ ସୁକାନ୍ତ ବେହେରଦଳାଇ, କୋଷାଧକ୍ଷ ସନକ ବେହେରା ଙ୍କ ସମେତ ଗ୍ରାମବାସୀ ମହିଳା ମଣ୍ଡଳ ସହଯୋଗ କରୁଥିବା ଜଣାପଡିଛି l ଗୁରୁବାର ଦିନ ସମସ୍ତ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ସ୍ଥାନୀୟ ନାଟ୍ୟ ଅନୁଷ୍ଠାନ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରାମାୟଣ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି l