ସିଲଭର ଗାନ୍ଧୀଙ୍କ ପଦଯାତ୍ରା ଆରମ୍ଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖ ସାବରମତି ଆଶ୍ରମରୁ ୭୮ଜଣ ସହଯାତ୍ରୀଙ୍କ ସହ ମହାତ୍ମା ଗାନ୍ଧୀ ଆରମ୍ଭ କରିଥିଲେ ଅବିସ୍ମରଣୀୟ ଦାଣ୍ଡୀ ଯାତ୍ରା । ଇଂରେଜ ସରକାରଙ୍କ ଲବଣ ଆଇନ ଭଙ୍ଗ କରି ଆମ ପ୍ରାକୃତିକ ସମ୍ପଦ ଉପରେ ଆମର ଅଧିକାରକୁ ସାବ୍ୟସ୍ତ କରିବାର ପ୍ରୟାସ ସହିତ ଭାରତର ସାଧାରଣଜନତାଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ କରିବା ଥିଲା ତାଙ୍କର ମୂଳ ଲକ୍ଷ୍ୟ । ଏହି ପ୍ରୟାସ ଯୋଗୁ ସମ୍ପୂର୍ଣ୍ଣ ଭାରତରେ ମୁକ୍ତି ସଂଗ୍ରାମ ସାଧାରଣ ଜୀବନର ଏକ ଅବିଚ୍ଛନ୍ନ ଅଙ୍ଗ ପାଲଟି ଯାଇଥିଲା । ଏହିଦିନକୁ ସ୍ମରଣୀୟ କରି ଆଜିଠାରୁ ଭାରତ ସରକାର ଆରମ୍ଭ କରିଛନ୍ତି ୭୫ତମ ସ୍ୱାଧୀନତା ଦିବସର ପାଳନର ମହାସମାରୋହ । ଆସନ୍ତୁ ଏହି ପ୍ରୟାସକୁ ନିଜକୁ ସାମିଲ୍ କରିବା


