ସିଲାବସ କାଟଛାଣ୍ଟ ଦାବି
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ଲକଡାଉନ । ଏହାକୁ ନେଇ ସ୍କୁଲ ବି ବନ୍ଦ । ତେବେ ଦୀର୍ଘ ଦିନ ଧରି ପାଠବଢା ବନ୍ଦ ଥିବାରୁ ସିଲାବସ ପରିବର୍ତ୍ତନର ଆବଶ୍ୟକତା ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ସିଲାବସ କାଟଛାଣ୍ଟ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି । ଦୀର୍ଘ ଦିନ ଧରି ପାଠବଢା ବନ୍ଦ ଥିବାରୁ ସିଲାବସ ପରିବର୍ତ୍ତନର ଆବଶ୍ୟକତା ଅଛି ଓ ଏନେଇ ବିଚାର କରିବାକୁ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଦାବି କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ହେଉଛି । ଦୀକ୍ଷା କାର୍ଯ୍ୟକ୍ରମରେ ରାଜ୍ୟର ୪ ହଜାର କମ୍ପ୍ୟୁଟର ପିଲା କାମ କରୁଛନ୍ତି । ସେମାନଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବୃଦ୍ଧି କାରିବାକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ ଦାବି କରିଛନ୍ତି ।


