ସିଲ୍‌ଭର ଗାନ୍ଧୀ ପାଇବେ ଆରଧନା ଯୁବ ସମ୍ମାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):୯ମ ଗୋଟିପୁଅ ଉତ୍ସବରେ ଆରଧନା ଯୁବ ସମ୍ମାନ ପାଇବେ ସିଲ୍‌ଭର ଗାନ୍ଧୀ । ଚଳିତ ମାର୍ଚ୍ଚ ମାସ ୩୦ ଏବଂ ୩୧ ଦୁଇଦିନ ଧରି ଉତ୍କଳ ରଙ୍ଗମଞ୍ଚ, ଗୁରୁ କେଳୁଚରଣ ରିସର୍ଚ୍ଚ ସେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସିଲ୍‌ଭର ଗାନ୍ଧୀଙ୍କୁ ଆରଧନା ଯୁବ ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶରେ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର । ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’ । ପୂର୍ବରୁ ସେ ଦିଲ୍ଲୀ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହାପରେ ସିଲ୍‌ଭର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ୨୧ଟି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିସାରିଛନ୍ତି ଯାହା ଆମ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ